Site icon Awaj Media

ଜାତୀୟ ଭଲିବଲ୍ ଚାମ୍ପିୟନଶିପ୍‌ରେ ଗଜପତି ର ଶ୍ରେୟସ ପାତ୍ର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଜାତୀୟ ଭଲିବଲ୍ ଚାମ୍ପିୟନଶିପ୍‌ରେ ଗଜପତି ର ଶ୍ରେୟସ ପାତ୍ର ! ଗଜପତି ଜିଲ୍ଲା ପାଇଁ ଏହା ଏକ ଗର୍ବର ବିଷୟ । ପି.ଏମ୍. ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଗଜପତିର ଛାତ୍ର ଶ୍ରେୟସ ପାତ୍ର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଭୁବନେଶ୍ୱର ରିଜିଅନ୍ ପକ୍ଷରୁ ଅଣ୍ଡର-୧୭ ବାଳକ ଭଲିବଲ୍ ଦଳରେ ଅଂଶଗ୍ରହଣ କରିଛନ୍ତି । ୫୫ତମ ଜାତୀୟ ଭଲିବଲ୍ ଚାମ୍ପିୟନଶିପ୍ ୨୦୨୬-୨୭ ଆଗ୍ରା ରିଜିଅନ୍‌ର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଅଧୀନରେ ୧୭ ଅଗଷ୍ଟରୁ ୨୧ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଶ୍ରେୟସଙ୍କ ଅଂଶଗ୍ରହଣ ତାଙ୍କର ପରିଶ୍ରମ, ନିଷ୍ଠା ଓ କ୍ରୀଡ଼ା ପ୍ରତିଭାର ପ୍ରମାଣ । ଶ୍ରେୟସଙ୍କ ଏହି ଗୌରବମୟ ଅଂଶଗ୍ରହଣ ପାଇଁ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ତାଙ୍କ ପିତା ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର, ମାତା ଶ୍ରୀମତୀ ସରିତା ଜେନା, ଅଭିଭାବକ ଓ କ୍ରୀଡ଼ାପ୍ରେମୀମାନେ ତାଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ଭବିଷ୍ୟତରେ ଆହୁରି ଉଚ୍ଚସ୍ତରରେ ସଫଳତା ହାସଲ କରି ଗଜପତି ଜିଲ୍ଲା ଓ ଓଡ଼ିଶାର ଗୌରବ ବୃଦ୍ଧି କରିବା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

 

 

Exit mobile version