ବାଙ୍କୀ // ଡମପଡା ( ଆୱାଜ ମିଡ଼ିଆ ) – ଅନନ୍ତ ରଣା // ସୁବ୍ରତ କୁମାର ନାୟକ : ନାବାଳକ ର ସାହାସିକତା ଦେଲା ନୂଆ ଜୀବନ. ୧୪ ବର୍ଷ ବୟସ ର ନାବାଳକ ଓ ଜଙ୍ଗଲୀ ବାରାହା ହୋଇଛନ୍ତି ମୁହାଁମୁହିଁ. ଯାହାର ଭିଡିଓ ଏବେ ଘୁରି ବୁଲୁଛି ମୋବାଇଲ ରୁ ମୋବାଇଲ କୁ . ଶେଷରେ ସୁମନ ଅଗ୍ନିଶମ ବାହିନୀ ର ସହାୟତା ରେ ଆହତ ଅବସ୍ଥାରେ ଜଙ୍ଗଲୀ ବାରାହା କବଳ ରୁ ଅଳ୍ପକେ ରକ୍ଷା ପାଇଛନ୍ତି.ଏଠି ନାବାଳକ ସୁମନ ର ସାହସିକତା ହିଁ ଆଜି ତାଙ୍କୁ ଦେଇଛି ନୂଆ ଜୀବନ. ଯାହା ବାଙ୍କୀ ଅଂଚଳ ରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି. ଏଭଳି ଏକ ଅଭାବନୀୟ ଘଟଣା ଦେଖିବକୁ ମିଳିଛି ବାଙ୍କୀ ଥାନା ଅନ୍ତର୍ଗତ ଗୋପାଳପୁର ପଂଚାୟତର ନଦୀ କୁଣ୍ଡା କେନାଲ ଠାରେ. ସ୍ଥାନୀୟ ଗୋପାଳପୁର ଗାଁ ର ୧୪ ବାର୍ଷିକ ନାବାଳକ ସୁମନ ନିକଟ ନଦୀ କୁଣ୍ଡା କେନାଲ କୁ ଶୌଚ ହେବାକୁ ଯିବା ସମୟ ରେ ଆକ୍ରମଣ କରିଥିଲା ଜଙ୍ଗଲୀ ବାରାହା. ନିଜକୁ ବଞ୍ଚାଇବା ପାଇଁ କେନାଲ ମଧ୍ୟକୁ ଡେଇଁ ପଡ଼ିଥିଲେ ସୁମନ. ସୁମନ ଙ୍କ ପଛରେ ହିଂସ୍ର ଜଙ୍ଗଲୀ ବାରାହା ମଧ୍ୟ ପାଣି ମଧ୍ୟକୁ ଡେଇଁ ସୁମନ କୁ ଆକ୍ରମଣ କରିଚାଲିଲା. ଶେଷରେ ସୁମନ ନିଜକୁ ବଞ୍ଚାଇବା ପାଇଁ ବାରାହା ସହିତ କରିଛନ୍ତି ଲଢେଇ.ପ୍ରାୟ ତିରିଶ ମିନିଟ ଧରି ଜଙ୍ଗଲୀ ବାରାହା କୁ କାବୁ କରି ରଖିଥିଲା ସୁମନ. ଶେଷରେ ନିକଟରେ ରହିଥିବା ଅଗ୍ନିଶମ ବାହିନୀ ର କର୍ମଚାରୀ ପହଁଚି ସ୍ୱତନ୍ତ୍ର ହାତ ହତିଆର ସହାୟତା ରେ ବାରାହା କବଳ ରୁ ନାବାଳକ ସୁମନ କୁ ଉଦ୍ଧାର କରିଛନ୍ତି.ପରେ ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ. ବାରାହା ଆକ୍ରମଣ ରେ ସୁମନଙ୍କ ପ୍ରାୟ ୫ ଟି ରୁ ଉର୍ଦ୍ଧ ସ୍ଥାନ ଖଣ୍ଡିଆ ଖବରା ହୋଇଛି.ଜଙ୍ଗଲୀ ବାରାହା ଙ୍କ ଉପଦ୍ରଵ ଏବେ ବେଳ କୁ ବେଳେ ନଦୀକୁଣ୍ଡା ଅଂଚଳ ରେ ବୃଦ୍ଧି ପାଉଛି. ତୁରନ୍ତ ଏମାନଙ୍କ ସାଧାରଣ ଲୋକଙ୍କ ସୁରକ୍ଷା ଦୃଷ୍ଟି ରୁ ବନବିଭାଗ ଜଙ୍ଗଲୀ ବାରାହା ଙ୍କୁ ଜଙ୍ଗଲ ମୁହାଁ କରାଇବା ପାଇଁ ଦାବି ଜୋର ଧରିଛି !
ନାବାଳକ ସୁମନ ଏକାକୀ ଲଢ଼ିଲେ ହିଂସ୍ର ଜନ୍ତୁ ବାରହା ସହିତ | ଧର୍ଯ୍ୟ ଏବଂ ସାହସ ଥିଲେ, ସବୁ ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇଥାଏ | ଆଜି ସକାଳେ ଏପରି ଏକ ଲୋମଟାଙ୍କୁରା ଅଭାବନୀୟ ଘଟଣା ଘଟି ଯାଇଛି ଡମପଡା ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମ ପଂଚାୟତରେ | 13 ବର୍ଷର ବାଳକ ଯିଏ ସ୍ଥାନୀୟ ପାଟପୁରସ୍ଥ ସିଂହନାଥ ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ସୁମନ ବେହେରା ସାଙ୍ଗସାଥୀଙ୍କ ସହିତ ପ୍ରାତଃ ଶୌଚ ପାଇଁ ପାଖରେ ଥିବା ରଣନଦୀ ପଠାକୁ ଯାଇଥିଲେ |ହଠାତ ସେହିଁ ସମୟରେ ବୁଦାରେ ଲୁଚିଥିବା ଏକ ହିଂସ୍ର ବାରହା ପଚ୍ଛପଟୁ ସୁମନଙ୍କ ଉପରକୁ କୁଦା ମାରିଥିଲା | ଭୟରେ ଅନ୍ୟ ପିଲାମାନେ ଦୌଡ଼ିଥିବା ବେଳେ ପ୍ରାୟ ଏକ ଘଣ୍ଟା ଧରି କେନାଲ ପାଣି ଭିତରେ ସାହସର ସହିତ ବାରହାକୁ ପରାସ୍ତ କରି ନିଜ କାବୁରେ ରଖିଥିଲେ ସୁମନ | ପରେ ବାଙ୍କୀ ଦମକଳ ବିଭାଗ ଏବଂ ଡମପଡା ଜଙ୍ଗଲ ବିଭାଗ ପହଂଚି ବାରହାକୁ ନିଜ ନିୟନ୍ତ୍ରଣକୁ ନେଇ ପରବର୍ତ୍ତୀ ସମୟରେ ବାରହାକୁ ଜଙ୍ଗଲରେ ଛଡା ଯାଇଛି |ସୁମନ ବେହେରାକୁ ବାଙ୍କୀ ଉପଖଣ୍ଡ ମେଡିକାଲ ନିଆଯାଇ ଚିକିତ୍ସା କରାଯାଇଛି |ଏବେ ତାଙ୍କ ଦେହ ସୁସ୍ଥ ରହିଛି ବୋଲି ମେଡିକାଲ ଅଧିକ୍ଷକ ଆଲୋକ ପଟ୍ଟନାୟକ କହିଛନ୍ତି | ବିଭିନ୍ନ ମହଲରୁ ଛୋଟ ପିଲା ସୁମନକୁ ପ୍ରଶଂସାର ଶୁଅ ଛୁଟିଛି | ନା ବାଳକ ପିଲାଟିକୁ ସରକାରଙ୍କ ତରଫରୁ ସାହାସିକତା ପୁରସ୍କାର ଦେବାପାଇଁ ସାମାଜିକ କର୍ମି ବିଶ୍ୱ ରଞ୍ଜନ ସ୍ବାଇଁ ଅନୁରୋଧ କରିଛନ୍ତି | ଶିଶୁଆ ବନ ବିଭାଗର ବନପାଳ କହିଛନ୍ତି ଯେ ସରକାରଙ୍କ ତରଫରୁ ଯାହା ସାହାଯ୍ୟ ସହଯୋଗ ମିଳିବା କଥା ତାହାକୁ ଆମେ ତୁରନ୍ତ ଦେବା ପାଇଁ ଚେଷ୍ଟା କରୁଛୁ |ସୁମନ ବେହେରାଙ୍କ ବାପା ସୁଦର୍ଶନ ବେହେରା ଜଣେ ଦିନ ମଜୁରିଆ ଅଟନ୍ତି |ଏପରି ଏକ ଦୁଃଖ ସମୟରେ ମେଡିକାଲରେ ବ୍ୟୟ ବହୁଳ ଖର୍ଚ୍ଚ ପ୍ରତିଦିନ ହେବ, ତେଣୁ ଉତ୍ତମ ଚିକିତ୍ସା ପାଇଁ ଜିଲ୍ଲା ରେଡ଼କ୍ରସ ତରଫରୁ କିଛି ଆର୍ଥିକ ସହାୟତା ପାଇଁ ସରପଞ୍ଚ ଅବନ୍ତୀ ବେହେରା ଉପ ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି କହିଛନ୍ତି |

