Site icon Awaj Media

ଲଗାଣ ବର୍ଷାରେ ଗ୍ରାମାଞ୍ଚଳ ର ବିଭିନ୍ନ ରାସ୍ତା କେନାଲ ଧୋଇଗଲା : ମାତି ଅତଡ଼ା ଖସି ରାସ୍ତାରେ ବିରାଟ ଗର୍ତ୍ତ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦିଗିପଡି ଗାଁ ରେ ରାସ୍ତା କୁ ଲାଗି ଏକ କେନାଲ ରହିଛି l ପ୍ରତି ବର୍ଷ ବର୍ଷା ଦିନରେ ଏହି କେନାଲ ରେ ପ୍ରବଳ ମାତ୍ରା ରେ ପାଣି ଯିବା ଦ୍ୱାରା ମାଟି ଅତଡ଼ା ଖସି ଖସି ରାସ୍ତା ଧୋଇ ହୋଇ ଯାଉଛି, ଯାହାକି, ଚଳିତ ବର୍ଷ ଲଗାଣ ବର୍ଷା ଦ୍ୱାରା ମଧ୍ୟ ମାଟି ଧୋଇ ହୋଇ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି l ଯାହାଫଳରେ ଜନସାଧାରଣ ଙ୍କ ଚଲାପଥ ରାସ୍ତା ବିପଦ ସଂକୁଳ ଅବସ୍ଥା ରେ ରହିଛି, ଏହି ରାସ୍ତା ଦେଇ ପ୍ରାୟ ତିନଟି ରାଜସ୍ବ ଗ୍ରାମ ଦିଗିପଡି, ଗପକେତା, ଓ ଟକଲା ପଦର ଗ୍ରାମର ପ୍ରାୟ ୩୦୦ ରୁ ଉର୍ଦ୍ଧ ଜନସାଧାରଣ ପ୍ରତିଦିନ ଯାତାୟାତ କରିଥାନ୍ତି l ରାସ୍ତାରେ ମାଟି ଧୋଇ ଘାଇ ସୃଷ୍ଟି ହୋଇ ବଡ଼ ଖାଲ ହୋଇ ଥିବାରୁ ଅନେକ ଗୃହ ପାଳିତ ପଶୁ ମାନଙ୍କ ଜୀବନ ମଧ୍ୟ ଚାଲି ଯାଇଛି, ଏହି ରାସ୍ତା ରେ ସ୍କୁଲ ପିଲାଠୁ ଆରମ୍ଭ କରି ସମସ୍ତ ଗ୍ରାମବାସୀ ମାନେ ଜୀବନ କୁ ବାଜି ଲଗାଇ ବିପଦ ସଂଙ୍କୁଳ ଅବସ୍ଥାରେ ଯାତାୟାତ କରିଥାନ୍ତି l ଏ ସମ୍ପର୍କ ରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଗ୍ରାମବାସି ମାନେ ଅଭିଯୋଗ ଜଣାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନାହିଁ l ଏହି ସମସ୍ୟା ସମ୍ପର୍କ ରେ ଅବଗତ ହେବା ପରେ ବାରଖମା ପଞ୍ଚାୟତ ଜନପ୍ରତିନିଧି ପରମାନନ୍ଦ ନାୟକ ନିଜେ ଦିଗିପଡି ଗାଁ କୁ ଯାଇ ବିପଦ ସଂକୁଳ ଅବସ୍ଥାରେ ଥିବା ରାସ୍ତା, କେନାଲ ର ବିଭିନ୍ନ ସମସ୍ୟା ଦେଖି ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଙ୍କୁ ଅବଗତ କରାଇ ରାସ୍ତା ଓ କେନାଲ ନିର୍ମାଣ ଯେପରି ଶିଘ୍ର ହୋଇ ପାରିବ, ସେ ସମ୍ପର୍କ ରେ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିଲେ l

Exit mobile version