Site icon Awaj Media

ପୂର୍ବତନ ବିଧାୟକ କରେନ୍ଦ୍ର ମାଝିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳିତ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କରେନ୍ଦ୍ର ମାଝି ଙ୍କ ପ୍ରଥମ ବାର୍ଷିକୀ ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି l ଏହି ଅବସରରେ ସ୍ଥାନୀୟ ଗାନ୍ଧୀ ଛକ ଠାରୁ ଏକ ଶୋଭାଯାତ୍ରା ବାହାରି ସଭାଗୃହ ପର୍ଯ୍ୟନ୍ତ ଆସିଥିଲା । ସଭାଗୃହ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଯୋଗ ଦେଇ ତାଙ୍କର କରେନ୍ଦ୍ର ମାଝି ଜଣେ ଟାଣୁଆ ଆଦିବାସୀ ନେତା ଥିଲେ ଏହି ଅଞ୍ଚଳ ର ସଂସ୍କୃତି ,ପରମ୍ପରା ର ରକ୍ଷା କରିବା ସହ ବିକାଶ ରେ ମାଇଲ ଖୁଣ୍ଟ ରହିଥିଲେ ବୋଲି କହିଛନ୍ତି । ତାଙ୍କ ସହ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ , ବାଲିଗୁଡା ବିଧାୟକ ଚକ୍ରମଣି କହଁର , ବିଧାୟକଙ୍କ ପ୍ରତିନିଧି ଟୁନା ଦାସ ,ଜି.ଉଦୟଗିରୀ ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ ,ଆଦିବାସୀ ଉନ୍ନୟନ ପରିଷଦ ଅଧକ୍ଷ ମାନ ଗୋବିନ୍ଦ ପ୍ରଧାନ , ଟ୍ରାଇଫେଡ ଅଧକ୍ଷ ପବିତ୍ର କହଁର , ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନ , ବିଜେପି ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝି , ଜିଲ୍ଲା ଆଦିବାସୀ ଉନ୍ନୟନ ପରିଷଦ ଉପାଧକ୍ଷା କଲ୍ପନା କହଁର , ରାଜ୍ୟ ସମ୍ପାଦକ ଭଗବାନ ମହାନ୍ତି , ବୌଦ୍ଧ ସ୍ଵାମିଜି ଅଯୋଧ୍ୟା ଦାସ , ଜଗନ୍ନାଥ ସାହୁ , ନେତ୍ର ମାନସେଠ , ଲିଙ୍ଗରାଜ ଦଳବେହେରା , ଜିଲ୍ଲା ପରିଷଦ ଉର୍ବଶୀ ନାୟକ , ଜୁଲିମା ଦଳବେହେରା ପ୍ରମୁଖ ଉପସ୍ଥିତ ରହି ଫୋଟ ଚିତ୍ର ରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଦେବେନ୍ଦ୍ର କୁଦେଇ ମଞ୍ଚ ପରିଚାଳନା କରିଥିବା ବେଳେ ବନବାସୀ ସେବା ସମିତି ର କୁନି କୁନି କଳାକାର ସଙ୍ଗୀତ ଗାନ କରିଥିଲେ ଶେଷ ରେ ପୂର୍ବତନ ବିଧାୟକ କରେନ୍ଦ୍ର ମାଝି ଙ୍କ ପୁଅ ଚିରଞ୍ଜିବୀ ମାଝି ଧନ୍ୟବାଦ ପ୍ରଦାନ କରିଥିଲେ l

Exit mobile version