କଟକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କଟକ ଜିଲ୍ଲା ସାଲେପୁର ବ୍ଲକ୍ କିଶିନାପୁର ଗ୍ରାମରେ ଐତିହାସିକ ଶିବମନ୍ଦିର ଯାହାକି ତୃତୀୟ ଅନଙ୍ଗଭୀମ ଦେବ ଦ୍ଵାରା ନିର୍ମିତ ଚାଟେଶ୍ୱର ମହାଦେବଙ୍କ ନାମରେ ପ୍ରସିଦ୍ଧ । ଶ୍ରାବଣ ମାସ ଶୁକ୍ଳ ଏକାଦଶୀ ତିଥିରୁ ଆରମ୍ଭ ହୁଏ ଝୁଲଣ ଯାତ୍ରା , ଯାହାକି ପୂର୍ଣ୍ଣମୀ ଦିନ ଶେଷ ହୁଏ । ଏହି ପୀଠ ହରିହର ପୀଠ ହୋଇଥିବାରୁ ଝୁଲଣରେ ଶିବ ପାର୍ବତୀଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ମା ପାର୍ବତୀ ଏବଂ ରାଧା କୃଷ୍ଣ ଦୁଇଟି ବିମାନରେ ଝୁଲଣ ଯାତ୍ରା କରନ୍ତି । ପାଞ୍ଚ ଦିନ ଧରି ଭଜନ କୀର୍ତ୍ତନ ଚାଲିବା ସହ ପୂର୍ଣ୍ଣମୀ ଦିନ ବହୁତ୍ ସଂଖ୍ୟାରେ ଭକ୍ତ ସମାଗମ ହୁଅନ୍ତି ।
ଚାଟେଶ୍ୱର ମହାଦେବଙ୍କ ପୀଠରେ ଝୁଲଣ ଯାତ୍ରା !!!

