ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସାଉଁଟି , ସାନନ୍ଦ , ହାଡିବନ୍ଧୁ , ମାୟାଧର ଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳୀ ସଭା ! ରାଜଧାନୀ ଗୀତ ଗୋବିନ୍ଦ ସଦନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତ ଛାଡ ଆନ୍ଦୋଳନର ଏହି ବୀର ସହିଦ ମାନଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି ! 1942 ମସିହା ରେ ଭାରତ ଛାଡ ଆନ୍ଦୋଳନରେ ଝାସ ଦେଇଥିଲେ ଏହି ବୀର ସହିଦ ! ବରୀ କାଇପଡା ରେ ରକ୍ତତୀର୍ଥ କଳାମାଟିଆରେ ସହିଦ ହୋଇଥିଲେ ଏହି ବୀର ଓଡ଼ିଆ ! ଆୟୋଜିତ 84 ତମ ରାଜ୍ୟ ସ୍ତରୀୟ ସହିଦ ଦିବସ ଶ୍ରଦ୍ଧାଞ୍ଜଳୀ ସଭାରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ସମୟରେ ବହୁ ବିଶିଷ୍ଟ ବ୍ୟକ୍ତି ମଞ୍ଚରେ ଉପସ୍ଥିତ ଥିଲେ ! ଭାରତ ଛାଡ ଆନ୍ଦୋଳନର ଏହି ବୀର ସହିଦ ମାନଙ୍କ ଅମର ସ୍ମୃତି କୁ ବଖାଣିଥିଲେ ଆୟୋଜକ ଏବଂ ଅତିଥି !
ସାଉଁଟି , ସାନନ୍ଦ , ହାଡିବନ୍ଧୁ , ମାୟାଧର ଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳୀ ସଭା !!!

