Site icon Awaj Media

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳନ : ମିନି ମାରାଥନ ଆୟୋଜିତ !!!

Spread the love

ବାରଙ୍ଗ ( ଆୱାଜ ମିଡ଼ିଆ ) – ସିଦ୍ଧିନାଥ ସାହୁ : ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ଅବସରରେ ମିନି ମାରାଥନ ଆୟୋଜିତ ହୋଇଯାଇଛି ! ପୂର୍ବ ଏବଂ ପଶ୍ଚିମ ଭାରତର ଗର୍ବ ଭାବରେ ବିଦିତ ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟ ଶିକ୍ଷା ଠାରୁ ଆରମ୍ଭ କରି ଖେଳ କୁଦ , କସରତ , ଯୋଗ , ବ୍ୟାୟାମ ଏବଂ ଅନ୍ୟାନ୍ୟ ସମସ୍ତ କ୍ଷେତ୍ରରେ ଉତ୍କର୍ଷ ଶିକ୍ଷା ପ୍ରଦାନ କରି ଆସୁଛି ! ଆଜି ମେଜର ଧ୍ୟାନଚାନ୍ଦ ଙ୍କ ଜୟନ୍ତୀ ତଥା ଜାତୀୟ କ୍ରୀଡା ଦିବସରେ ବିଶ୍ୱବିଦ୍ୟାଳୟରେ ମିନି ମାରାଥନ କାର୍ଯ୍ୟକ୍ରମ ଆୟୋଜନ ସହିତ ଖେଳ କୁଦରେ ଶ୍ରେଷ୍ଠତା ପ୍ରତିପାଦନ କରିଥିବା ଶିକ୍ଷାର୍ଥୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ! ଜାତୀୟ ସ୍ତରର ଭଳି ବଲ ଖେଳାଳୀ ଶିବାନୀ ପ୍ରିୟଦର୍ଶିନୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମାରାଥନ ରେ ଅଂଶ ଗ୍ରହଣ କରିବା ସହିତ କୃତୀ ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ ! ଛାତ୍ର ଛାତ୍ରୀ ମାନଙ୍କର କ୍ରୀଡା କୌଶଳ ବୃଦ୍ଧି ଦିଗରେ ଅନୁଷ୍ଠାନର ପଦକ୍ଷେପକୁ ପ୍ରଶଂସା କରିଛନ୍ତି ମୁଖ୍ୟ ଅତିଥି ଶିବାନୀ ପ୍ରିୟଦର୍ଶିନୀ ! ଆଗାମୀ ଦିନରେ ମଧ୍ୟ ଏପରି ବିଭିନ୍ନ ଆନୁସଙ୍ଗିକ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଆୟୋଜକ ପ୍ରକାଶ କରିଛନ୍ତି !

Exit mobile version