ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ସୁନ୍ଦର ପରିବେଶ ଓ ସୁସ୍ଥ ସମାଜ ଗଠନର ପରିକଳ୍ପନା ନେଇ ଆଗକୁ ଆଗେଇବାକୁ ଚେଷ୍ଟା କରିଛନ୍ତି କଟକ ଜିଲ୍ଲାର ଡମପଡା ବ୍ଲକ ଅନ୍ତର୍ଗତ ଢ଼ଂସର ଗ୍ରାମ ପଞ୍ଚାୟତର ପ୍ରକୃତି ବନ୍ଧୁ ଆଦର୍ଶ ଶିକ୍ଷକ ପାଇକରାୟ ଦମ୍ଫତ୍ତି । ଆଜିର ରୋଗ ସର୍ବସ୍ବ ସମାଜରେ ସମସ୍ତେ ଅଳ୍ପ ବହୁତେ ଅଙ୍ଗେ ଅଙ୍ଗେ ଅନୁଭବ କଲେଣି ଯେ , ବର୍ତ୍ତମାନ ସ୍ବାସ୍ଥ୍ୟ ଆଗରେ ସମସ୍ତ ଧନ ସମ୍ପତ୍ତି ତୁଛ । ତେଣୁ ଶରୀର ସୁସ୍ଥ ରଖିବା ପାଇଁ ସୁସ୍ଥ ପରିବେଶର ଆବଶ୍ୟକତା ନିଶ୍ଚିତ ଭାବରେ ଆବଶ୍ୟକ । ସମାଜରେ ସମସ୍ତେ ସଚେତନ ହେଲେ ଏହା କମ୍ ସମୟ ମଧ୍ୟରେ ସଫଳ ହୋଇପାରିବ । ପବିତ୍ର ରକ୍ଷା ବନ୍ଧନ ଅବସରରେ ବୃକ୍ଷ ମାନଙ୍କର ରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ଶ୍ରୀ ପାଇକରାୟ । ପ୍ରକୃତି ପ୍ରେମୀ ମାନଙ୍କୁ ଏକାଠି କରି ରୋପଣ କରାଯାଇଥିବା ବୃକ୍ଷ ମୂଳରେ ଆବଶ୍ୟକୀୟ ସାର ଓ ଚର୍ତୁପାଶ୍ବରେ ସୁରକ୍ଷା ବଳୟ ତିଆରି କରିବା ସହିତ ଗ୍ରୀଷ୍ମ ଦିନେ ଜଳ ପ୍ରଦାନ କରିବା ନିମନ୍ତେ ବୃକ୍ଷର ଚାରିକଡରେ ମନ୍ଦା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରକୃତିପ୍ରେମୀ ଧନଞ୍ଜୟ ମହାପାତ୍ର , ପ୍ରସନ୍ନ କୁମାର ସାହୁ , ଗୋକୁଳାନନ୍ଦ ତ୍ରିପାଠୀ , ରଞ୍ଜିତ କୁମାର ମତଗଜସିଂହ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଏହି ମହତ କାର୍ଯ୍ୟ ପାଇଁ ସ୍ଥାନୀୟ ପରିବେଶବିତ ଓ ବୁଦ୍ଧିଜୀବୀ ମହଲରେ ” ପ୍ରକୃତି ବନ୍ଧୁ ” ପାଇକରାୟ ଦମ୍ଫତ୍ତିଙ୍କୁ ଢେର ସାରା ପ୍ରଂଶସା କରିଛନ୍ତି ।
ପଵିତ୍ର ” ରକ୍ଷା ବନ୍ଧନ ” ରେ ବୃକ୍ଷ ମାନଙ୍କର ରକ୍ଷା ପାଇଁ ପ୍ରୟାସ କଲେ ପ୍ରକୃତି ବନ୍ଧୁ !!!

