Site icon Awaj Media

ଦଶ ଟଙ୍କିଆ ଟିକେଟ ସରି ଯାଇଛି : ଏବେ ଯାହା ଅଛି ତାର ଦାମ ପନ୍ଦର ଟଙ୍କା !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଦଶ ଟଙ୍କିଆ ଟିକେଟ ସରି ଯାଇଛି , ଏବେ ଯାହା ଅଛି ତାର ଦାମ ପନ୍ଦର ଟଙ୍କା ! ଏହା କୌଣସି ଗାଡି ପାର୍କିଙ୍ଗ କାଉଣ୍ଟର କି ଜୋତା , ମୋବାଇଲ ଷ୍ଟାଣ୍ଡ ର କଥା ନୂହେଁ , ବରଂ ଏପରି କଥା କହୁଛନ୍ତି ରେଳବାଇ କର୍ମଚାରୀ ! ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ଅଟ୍ରି ପାସେଞ୍ଜର ହଲ୍ଟ ରେ ସାମନାକୁ ଆସିଛି ଏପରି ଘଟଣା ! ଅଟ୍ରି ହଲ୍ଟ ଠାରୁ ରାଜଧାନୀ ଭୁବନେଶ୍ୱର ଯାଏଁ ଟିକେଟ ର ଦାମ ଦଶ ଟଙ୍କା ହୋଇଥିବା ବେଳେ ଟିକେଟ କାଟୁଥିବା କର୍ମଚାରୀ ପାସେଞ୍ଜର ଙ୍କୁ ପନ୍ଦର ଟଙ୍କିଆ ଟିକେଟ ଦେଇ ଏପରି କହୁଛନ୍ତି ! ସେହିପରି ଅଟ୍ରି ଠାରୁ ଜଟଣି ପର୍ଯ୍ୟନ୍ତ ମଧ୍ୟ ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ଦାମ ରେ ଟିକେଟ ବିକ୍ରୀ ହେଉଥିବାର ଅଭିଯୋଗ ଆସିଛି ! ପାଞ୍ଚ ଟଙ୍କା ପାଇଁ ଯାତ୍ରୀ ଅଯଥା ଯୁକ୍ତି ନକରି ଟିକେଟ ନେଇ ଆସୁଛନ୍ତି , ତେବେ କଥା ପାଞ୍ଚ ତାଙ୍କ କିମ୍ବା ଦଶ ଟଙ୍କାରେ ନୂହେଁ ! ରେଳବାଇ ତରଫରୁ ଭଡା ବଢି ନଥିବା ସମୟରେ କାହିଁକି ଟିକେଟ ବିକ୍ରୀ କରୁଥିବା କର୍ମଚାରୀ ଅଧିକ ଦାମ ନେଉଛନ୍ତି !

Exit mobile version