Site icon Awaj Media

ଆଦିବାସୀ ସାହିରେ ମଶାରୀ ବିତରଣ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡ଼ା ବ୍ଲକ ଅନ୍ତର୍ଗତ ଗୟଳବାଙ୍କ ଶବର ସାହି ଜାରିଆ ଠାରେ ଥିବା ମୋଜାନିଆ ଭିନଟେଜ ପରିସରରେ କଟକ ସ୍ଥିତ ରାମକୃଷ୍ଣ ମିଶନ ଓ ରୋଟାରୀ କ୍ଲବ ଅଫ କଟକ ସେଣ୍ଟ୍ରାଲ ର ମିଳିତ ଆନୁକୂଲ୍ୟରେ 100 ଜଣ ଆଦିବାସୀ ପୁରୁଷ ଓ ମହିଳାଙ୍କୁ ମଶାରୀ ପ୍ରଦାନ କରାଯାଇଛି । ମିଶନ ପକ୍ଷରୁ ସ୍ୱାମୀ ଜୀବନାଥନନ୍ଦ ମହାରାଜ, ରୋଟାରୀ କ୍ଳବ ଅଫ କଟକ ସେଣ୍ଟ୍ରାଲ ର ସଭାପତି ପ୍ରଭାସ ଚନ୍ଦ୍ର ଜେନା, ପୂର୍ବତନ ସଭାପତି ଧନଞ୍ଜୟ ମୁଣ୍ଡ, ଶିବାଶିଷ ସୁର, ଦେବାଶିଷ ମିତ୍ର, ଗୌରାଙ୍ଗ ଚରଣ ରାଉତ, ମାଣିକଲାଲ ଘୋଷ ପ୍ରମୁଖ ଉପସ୍ଥିତ ରହି ଏହି ମଶାରୀ ବିତରଣ କରିଥିଲେ । ସୂଚନା ଯୋଗ୍ୟଯେ ଏହି ଜାରିଆ ଶବର ସାହି ଟି ଚନ୍ଦକା – ଡମପଡ଼ା ହସ୍ତୀ ଅଭୟାଅରଣ୍ୟ ନିକଟରେ ଅବସ୍ଥିତ ! କ୍ଳବ ଓ ମିଶନ ଏହି ଜନହିତକର କାର୍ଯ୍ୟକ୍ରମ କୁ ଅଞ୍ଚଳ ବାସୀ ପ୍ରଶଂସା କରିଛନ୍ତି |

Exit mobile version