Site icon Awaj Media

ପାରାଦ୍ୱୀପ ମାଛଧରା ବନ୍ଦରରେ ଭୟାବହ ଅଗ୍ନିକାଣ୍ଡ !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ ବିଶ୍ୱାସ : ବୋଟରେ ଲାଗିଲା ଭୟଙ୍କର ନିଆଁ । ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ଦେବୀ ଲକ୍ଷ୍ମୀ ବୋଟରେ ନିଆଁ ଲାଗି ଜଳିପୋଡି ପାଉଁସ ହୋଇଯାଇଛି । ଦେଖୁ ଦେଖୁ ହୁତୁହୁତୁ ହୋଇ ଜଳିଗଲା ବୋଟ । ନିଆଁର ଭୟାବହତା ଦେଖି ଚାରିଆଡେ ଆତଙ୍କ ଖେଳି ଯାଇଥିଲା , ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ । ଚାରୋଟି ଅଗ୍ନିଶମ ବାହିନୀ ଗାଡ଼ି ନିଆଁ ଲିଭାଇବାରେ ନିୟୋଜିତ ହୋଇଥିଲା । ଅଗ୍ନିଶମ ବାହିନୀର ତ୍ୱରିତ ପଦକ୍ଷେପ ଯୋଗୁଁ ନିଆଁକୁ ନିୟନ୍ତ୍ରଣ କରାଯିବା ସହ ଅନ୍ୟ ବୋଟକୁ ନିଆଁ ବ୍ୟାପିବାରୁ ରୋକା ଯାଇପାରିଥିଲା । ତେବେ ନିଆଁରେ ଦେବୀ ଲକ୍ଷ୍ମୀ ବୋଟଟି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ବୋଟର ଆନୁମାନିକ ମୂଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି । ପାରାଦ୍ୱୀପ ମାଛଧରା ବନ୍ଦରରେ ଘଟିଥିବା ଏହି ଅଗ୍ନିକାଣ୍ଡରେ କାହାରି ଧନଜୀବନ କ୍ଷୟକ୍ଷତି ହୋଇନାହିଁ ।

Exit mobile version