Site icon Awaj Media

ଆଧୁନିକତାରେ ହଜିଗଲା ଗହ୍ମା ଡିଆଁ : ପରମ୍ପରାକୁ ବଜାୟ ରଖିଛି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଦିନ ଥିଲା ଗଜପତି ର ଗାଁଠାରୁ ସହର ପର୍ଯ୍ୟନ୍ତ ଗହ୍ମା ଡିଆଁ ପର୍ବ ପାଇଁ ଉତ୍ସବମୁଖର ହୋଇଉଠୁଥିଲା । ପ୍ରତ୍ୟେକ ଘରେ ପାରମ୍ପରିକ ରୀତିନୀତି ସହ ପାଳନ କରାଯାଉଥିଲା ଏହି ପରମ୍ପରା। କିନ୍ତୁ ଆଧୁନିକତାର ଛୁଆଁରେ ଧୀରେ ଧୀରେ ହଜିବାକୁ ବସିଲାଣି ଗହ୍ମା ଡିଆଁ। ବର୍ତମାନ ଲୋକ ଙ୍କ ବଦଳିଛି ଜୀବନଶୈଳୀ, ବଦଳିଛି ଲୋକଙ୍କ ଚାହିଦା। ପାରମ୍ପରିକ ଗହ୍ମା ଡିଆଁର ସ୍ଥାନ ନେଇଛି ଆଧୁନିକ ସାଜ ସଜ୍ଜା। ଫଳରେ ଆଗାମୀ ପିଢ଼ି ପାଇଁ ଏହି ପୁରୁଣା ପରମ୍ପରାକୁ ଭୁଲି ଗଲାଣି ଆଜିର ମଣିଷ। ଦିନ ଥିଲା ।

ଗହ୍ମା ପୂର୍ଣ୍ଣିମା ପାଇଁ ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଖାସ୍ କରି ଗ୍ରାମାଞ୍ଚଳରେ ଏହି ପୂର୍ଣ୍ଣିମାର ବିଶେଷ ସ୍ୱତନ୍ତ୍ରତା ରହିଥାଏ ବଳଭଦ୍ରଙ୍କ ଜନ୍ମ ତିଥିକୁ କୃଷକମାନେ ବହୁ ଆଡମ୍ବରରେ ପାଳନ କରିଥାନ୍ତି। କୃଷି କାର୍ଯ୍ୟରେ ବ୍ୟବହୃତ ହେଉଥିବା ହଳ, ଲଙ୍ଗଳ, ଜୁଆଳି,କୋଡି,କୋଦାଳ ଆଦିକୁ ଧୋଇ ପୂଜା କରିଥାଆନ୍ତି। ସକାଳୁ ସକାଳୁ ଗାଈ ବଳଦକୁ ଧୋଇଥାନ୍ତି। ଫୁଲ, ଚନ୍ଦନ ଓ ନୂଆ ବସ୍ତ୍ର ଦେଇ ଗାଈ ବଳଦକୁ ପୂଜା କରାଯାଇଛି। ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆଜି ଏହି ପୂଜାର୍ଚ୍ଚନା ଦେଖିବାକୁ ମିଳିଥାଏ। ସ୍ୱତନ୍ତ୍ର ବିଧିବିଧାନରେ ପୂଜାର୍ଚ୍ଚନା କରିଥାନ୍ତି ଚାଷୀ । ହଳଦୀ ପାଣିରେ ବଳଦଙ୍କ ଗୋଡ଼ ଧୋଇ ଦେଇଥାନ୍ତି ଚାଷୀ । ପୂଜାର୍ଚ୍ଚନା କରିବା ପରେ ଫୁଲମାଳ ଓ ରାକ୍ଷୀ ପିନ୍ଧାଇବାର ବିଧି ରହିଛି। ଘରେ ବିଭିନ୍ନ ପ୍ରକାରର ପିଠାପଣା ପ୍ରସ୍ତୁତ କରି ଗାଈଗୋରୁଙ୍କୁ ଖାଇବାକୁ ଦିଆଯାଏ। ଅନ୍ୟପଟେ ଏହାକୁ ଗହ୍ମା ଡିଆଁ ପର୍ବ ଭାବେ ମଧ୍ୟ ପାଳନ କରାଯାଏ । ଗହ୍ମା ଡିଆଁ ପ୍ରତିଯୋଗିତାରେ ବୀରତ୍ୱ ପ୍ରଦର୍ଶନ କରନ୍ତି ଏହି ଗହ୍ମା ଡିଆଁ ମାତ୍ର ଆଗପରି ଆଉ ପାଳନ ହେଉନଥିବା ବେଳେ ଏହାକୁ ବଜାୟ ରଖିଛି ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ରେ ପିଲାଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରିବା ସହ ଗହ୍ମା ଡିଆଁ ଖେଳ କରିବା ଦେଖିବାକୁ ମିଳିଛି ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ଶିକ୍ଷକ କହିବା ଅନୁସାରେ ଗଜପତି ରେ ଧିରେ ଧିରେ ଲୁପ୍ତପ୍ରାୟ ହେବାକୁ ଯାଉଛି ଏହି ଗହ୍ମାଡିଆ ତେଣୁ ପିଲାଙ୍କ ମଧ୍ୟରେ ଆମ ପରମ୍ପରା କୁ ବଞ୍ଚାଇ ରଖିବା ର ଏକ ପ୍ରୟାସ ବୋଲି କହିଛନ୍ତି ।

 

Exit mobile version