Site icon Awaj Media

ଟିବି ମୁକ୍ତ ଭାରତ ଅଭିଯାନ : କଟକ ଜିଲ୍ଲାର ଡମପଡା ବ୍ଲକରେ ହେଲା ଶୁଭାରମ୍ଭ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଟିବି ମୁକ୍ତ ଭାରତ ଅଭିଯାନ , କଟକ ଜିଲ୍ଲାର ଡମପଡା ବ୍ଲକରେ ହେଲା ଶୁଭାରମ୍ଭ | କେବଳ କାଶ ହେବା ଯକ୍ଷ୍ମର ଲକ୍ଷଣ ନୁହେଁ, ଅନ୍ୟ କିଛି କାରଣ ରହିଛି ତେଣୁ ଅଣଦେଖା କରନ୍ତୁ ନାହିଁ | ଆଜି ଏହିପରି କିଛି ସଚେତନ ବାର୍ତ୍ତା ନେଇ ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଏକ ସଚେତନତା ରାଲି ବାହାରିଥିଲା | ଏହାକୁ ଡମପଡା ବ୍ଳକ ଉନ୍ନୟନ ଅଧିକାରୀ ଅଂଶୁମାନ ଦାସ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ | ଅନ୍ୟତମ ଅତିଥି ଭାବେ ଡାକ୍ତରଖାନା ଅଧୀକ୍ଷକ ଡାକ୍ତର ପୁଷ୍ପଲତା ମହାପାତ୍ର, ପି ଏଚ ଇ ଓ ଶୁଭଲକ୍ଷ୍ମୀ ମହନ୍ତ, ବି ପି ଏମ ପୁଷ୍ପମିତା ଦାସ, ଅନୀତା ମହାରଣା ଏବଂ ବରିଷ୍ଠ ଯକ୍ଷ୍ମା ପରିଦର୍ଶକ ଭବାନୀ ଶଙ୍କର ପଟ୍ଟନାୟକ ଯୋଗଦେଇ ଟିବି ଚମ୍ପିୟାନ ହେବା ପାଇଁ ବାର୍ତ୍ତା ମାଧ୍ୟମରେ ସ୍ୱେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ | ଟିବି ରୋଗ ଉପରେ ବିଭିନ୍ନ ସ୍ଲୋଗାନ ଥାଇ ସଚେତନ ପତ୍ର ପଥଚାରୀଙ୍କୁ ବଣ୍ଟନ କରା ଯାଇଥିଲା | ମାଇଁ ଭାରତର ବରିଷ୍ଟ ସ୍ବେଛାସେବୀ ସବିତା ମଲ୍ଲିକ, ଲଲାଟେନ୍ଦୁ ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ | କଟକ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଡମପଡା ବ୍ଲକରୁ ହିଁ ପ୍ରଥମ ସଚେତନ ରାଲି କାର୍ଯ୍ୟକ୍ରମ କରାଯାଇଛି | ବିଡ଼ିଓ ଅଂଶୁମାନ ଦାସ ନୋଡାଲ ଅଫିସର ଭାବେ ରହିଛନ୍ତି | ଆଗାମୀ ସମୟରେ ବ୍ଲକର ସମସ୍ତ ଗାଁ ପରିକ୍ରମା କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଡାକ୍ତର ପୁଷ୍ପଲତା ମହାପାତ୍ର କହିଛନ୍ତି |

Exit mobile version