Site icon Awaj Media

ପାଥପୁର ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କଲେ ଉପଜିଲ୍ଲାପାଳ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡ଼ା ବ୍ଲକ ଅନ୍ତର୍ଗତ ପାଥପୁର ଆଶ୍ରମ ବିଦ୍ୟାଳୟକୁ ବାଙ୍କୀ ଉପଜିଲ୍ଲାପାଳ ଶ୍ରୀମତୀ ମୋନୋସ୍ଵିନୀ ଦାସ ପରିଦର୍ଶନ କରି ବିଦ୍ୟାଳୟର ବିଭିନ୍ନ ବ୍ୟବସ୍ଥା ଓ ଚାଲୁଥିବା ଭିତ୍ତିଭୂମି ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ପରିଦର୍ଶନ ସମୟରେ ବିଦ୍ୟାଳୟର ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ଶିକ୍ଷାଦାନର ମାନ, ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ଛାତ୍ର କଲ୍ୟାଣ, ଛାତ୍ରାବାସର ସୁବିଧା ସୁଯୋଗ ଏବଂ ଛାତ୍ରାବାସରେ ରହୁଥିବା ଛାତ୍ରଛାତ୍ରୀଙ୍କ ସାମଗ୍ରିକ ଜୀବନଯାପନ ପରିସ୍ଥିତି ସମ୍ପର୍କରେ ତଦାରଖ କରିଥିଲେ। ଉପଜିଲ୍ଲାପାଳ ଶ୍ରୀମତୀ ଦାସ ବିଦ୍ୟାଳୟର ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ବିଭିନ୍ନ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଅବଗତ ହୋଇଥିଲେ। ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ସହିତ ସୁସ୍ଥ, ସୁରକ୍ଷିତ, ପରିଷ୍କାର ଓ ଅନୁକୂଳ ପରିବେଶ ଯୋଗାଇଦେବା ଉପରେ ଗୁରୁତ୍ୱ ଦେଇଥିଲେ। ଚାଲୁଥିବା ଭିତ୍ତିଭୂମି କାର୍ଯ୍ୟଗୁଡ଼ିକର ଗୁଣବତ୍ତା ଓ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାପ୍ତି ନେଇ ମଧ୍ୟ ସେ ତଦାରଖ କରିଥିଲେ। ଏହି ଗ୍ରସ୍ତ ଅବସରରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ସୌଦାମିନୀ ଦାସ ଉପସ୍ଥିତ ଥିଲେ।

Exit mobile version