Site icon Awaj Media

ନେରେଡି ବ୍ୟାରେଜ୍ ପ୍ରକଳ୍ପକୁ ନେଇ ସାରାରେ ପ୍ରତିବାଦ ସଭା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ନେରେଡି ବ୍ୟାରେଜ୍ ପ୍ରକଳ୍ପକୁ ନେଇ ସାରାରେ ପ୍ରତିବାଦ ସଭା , ଯୁଗ୍ମ ଯାଞ୍ଚ କମିଟିର ଗସ୍ତ ବାତିଲ ! ପୁଣି ତାରିଖ ଧାର୍ଯ୍ୟ ପରେ ହେବ ଯାଞ୍ଚ , ନେରେଡି ବ୍ୟାରେଜ ପ୍ରକଳ୍ପ ପାଇଁ କାଶୀନଗର ତହସିଲ ଅଞ୍ଚଳରୁ 106 ଏକର ଜମି ଅଧିଗ୍ରହଣ ପ୍ରସଙ୍ଗ କୁ ନେଇ ଅସନ୍ତୋଷ ତୀବ୍ର ହୋଇଛି । ଏହାକୁ ନେଇ କାଶୀନଗର ବ୍ଲକ ଅନ୍ତର୍ଗତ ସାରା ଅଞ୍ଚଳରେ ଶତାଧିକ ଗ୍ରାମବାସୀଙ୍କୁ ନେଇ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି।ପ୍ରକଳ୍ପ ପାଇଁ ଜମି ହସ୍ତାନ୍ତର ପୂର୍ବରୁ ପ୍ରଭାବିତ ଗ୍ରାମ ବାସୀ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ଆଲୋଚନା କରନ୍ତୁ ବୋଲି ସଭାରେ ଦାବି ହୋଇଛି।ଜମି ଅଧିଗ୍ରହଣ ପ୍ରକ୍ରିୟାର ଅନୁଧ୍ୟାନ ପାଇଁ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ଅଧିକାରୀ ଙ୍କୁ ନେଇ ଗଠିତ ଯୁଗ୍ମ ଯାଞ୍ଚ କମିଟି ନେରିଡି ପ୍ରକଳ୍ପ ଗ୍ରସ୍ତ କରିବାର କାର୍ଯ୍ୟକ୍ରମ ଥିଲା।ତେବେ ସ୍ଥାନୀୟ ଲୋକଙ୍କ ପ୍ରତିବାଦ ଓ ବିରୋଧକୁ ଦୃଷ୍ଟିରେ ରଖି ଗସ୍ତକୁ ବାତିଲ କରା ଯାଇଛି।ପରବର୍ତ୍ତୀ ସମୟରେ ନୂଆ ତାରିଖ ଧାର୍ଯ୍ୟ କରାଯାଇ ଯୁଗ୍ମ ଯାଞ୍ଚ କମିଟି ଅଞ୍ଚଳ ପରିଦର୍ଶନ କରିବ ବୋଲି ଜଣାପଡ଼ିଛି।।ପ୍ରତିବାଦ ସଭାରେ ଗ୍ରାମବାସୀମାନେ ନିଜ ଭିଟାମାଟି ଚାଷ ଜମି ଓ ଜୀବିକା ହରାଇବା ଆଶଙ୍କା ପ୍ରକାଶ କରିଥିଲେ ଜମି ଅଧିଗ୍ରହଣ ପୂର୍ବରୁ ପ୍ରଭାବିତ ପରିବାରଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ନିଆଯାଉ ବୋଲି ସେମାନେ ଦାବି କରିଥିଲେ ବିଭିନ୍ନ ସଂଗଠନର ପ୍ରତିନିଧିମାନେ ମଧ୍ୟ ଗ୍ରାମବାସୀଙ୍କ ଦାବି କୁ ସମର୍ଥନ କରି ପ୍ରଭାବିତ ଲୋକଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେବାକୁ ମତ ରଖିଥିଲେ ସଭାରେ ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, କାଶୀନଗର ବ୍ଲକ୍ ଅଧ୍ୟକ୍ଷା ବି. ସାଇଆମା, ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ,ଭରତ ଭୂଷଣ ମହାନ୍ତି,ଜିଲ୍ଲା କୃଷକ ସଂଘ ସଭାପତି ସୂର୍ଯ୍ୟନାରାୟଣ ପଟ୍ଟନାୟକଙ୍କ ସମେତ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ପ୍ରଭାବିତ କରାଯାଇଛି। ପରବର୍ତ୍ତୀ ସମୟରେ ନୂଆ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ପ୍ରଭାବିତ ହେବାକୁ ଥିବା ଗ୍ରାମ ଗୁଡ଼ିକର ଶତାଧିକ ଲୋକ ଯୋଗ ଦେଇଥିଲେ। ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲଙ୍କ ରାୟ ଅନୁଯାୟୀ ନେରେଡି ବ୍ୟାରେଜ୍ ନିର୍ମାଣ ପାଇଁ ଓଡ଼ିଶା ସରକାରଙ୍କୁ ନିଜ ଅଞ୍ଚଳରୁ 106 ଏକର ଜମି ଅଧିଗ୍ରହଣ କରି ଆନ୍ଧ୍ରପ୍ରଦେଶକୁ ହସ୍ତାନ୍ତର କରିବାର ପ୍ରକ୍ରିୟା କ୍ରିୟା ଆଗକୁ ବଢ଼ିବା ପରେ କାଶୀନଗର ଅଞ୍ଚଳରେ ଜମି ହରାଇବାକୁ ଥିବା ପରିବାରଙ୍କ ଚିନ୍ତା ବଢ଼ିଛି। ଏବେ ଯୁଗ୍ମ ଯାଞ୍ଚ କମିଟିର ପରବର୍ତ୍ତୀ ର ପରବର୍ତ୍ତୀ ଗସ୍ତ ପୂର୍ବରୁ ପ୍ରଭାବିତ ଲୋକଙ୍କ ସହ ସରକାର ଆଲେ ଲାଚନା କରିବେ କି ନାହିଁ, ଜମି ହରାଇବାକୁ ଥିବା ପରିବାରଙ୍କୁ କ୍ଷତିପୂରଣ ଓ ପୁନର୍ବାସ ସୁବିଧା କିପରି ମିଳିବ ଏବଂ ସ୍ଥାନୀୟ ଅଞ୍ଚଳର କୃଷି ଓ ଜଳସେଚନ ଉପରେ ପ୍ରକଳ୍ପର ପ୍ରଭାବ କ’ଣ ହେବ— ତାହା ଏବେ ପ୍ରମୁଖ ପ୍ରଶ୍ନ ହୋଇଛି ଲୋକଙ୍କ ସହ ଆଲୋଚନା ଓ ସେ ଦାବି ଶୁଣିବା ପରେ ହିଁ ପରବର୍ତ୍ତୀ ପଦକ୍ଷେପ ନିଆଯାଉ ବୋଲି ବିଭିନ୍ନ ସଂଗଠନ ଦାବି କରିଛନ୍ତି।

Exit mobile version