Site icon Awaj Media

ତୁଳସୀପୁର ଟି.ଏଚ୍.ଆର ଫୁଡ୍ ପ୍ଲାଣ୍ଟ ପରିଦର୍ଶନ କଲେ ବାଙ୍କୀ ଉପ ଜିଲ୍ଲାପାଳ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଳକ ଅନ୍ତର୍ଗତ ତୁଳସୀପୁର ସ୍ଥିତ ସାରଳା ମହିଳା ମଣ୍ଡଳର ଟି.ଏଚ୍.ଆର ଫୁଡ୍ ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି ବାଙ୍କୀ ଉପ ଜିଲ୍ଲାପାଳ ଶ୍ରୀମତୀ ମୋନୋସ୍ଵିନୀ ଦାସ ! ପରିଦର୍ଶନ ସମୟରେ ଖାଦ୍ୟ ପ୍ରସ୍ତୁତିର ମାନ, ପ୍ରକ୍ରିୟା ଓ ପରିଚ୍ଛନ୍ନତା ବ୍ୟବସ୍ଥା ଯାଞ୍ଚ କରିଥିଲେ ଉପଜିଲ୍ଲାପାଳ ଶ୍ରୀମତୀ ଦାସ ! ଖାଦ୍ୟ ପ୍ରସ୍ତୁତିରେ ଆବଶ୍ୟକୀୟ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟ ସମ୍ମତ ମାନଦଣ୍ଡର ଅନୁପାଳନ ସହିତ ଖାଦ୍ୟର ଗୁଣବତ୍ତା ଓ ନିର୍ଦ୍ଧାରିତ ପରିମାଣ ସମ୍ପର୍କରେ ଯାଞ୍ଚ କରିଥିଲେ । ନିୟମିତ ଭାବେ ଉନ୍ନତମାନର ଓ ପୌଷ୍ଟିକ ଖାଦ୍ୟ ଯୋଗାଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରି ସେ ଆଗାମୀ ଦିନରେ ଖାଦ୍ୟର ଗୁଣବତ୍ତା, ପରିମାଣ, ପ୍ରସ୍ତୁତି ପ୍ରକ୍ରିୟା ଓ ସ୍ୱଚ୍ଛତା ପ୍ରତି ବିଶେଷ ଧ୍ୟାନ ଦେବାକୁ ସମ୍ପୃକ୍ତ କର୍ମକର୍ତ୍ତା ଓ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଗସ୍ତ ଅବସରରେ ବାଙ୍କୀ-ଡମପଡା ସମ୍ମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ ଅଯୋଧ୍ୟା ଧରୁଆ , ପ୍ଲାଣ୍ଟ ଏବଂ ଡମପଡା ବ୍ଲକର ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ |

Exit mobile version