ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ର ବିହନ ଉତ୍ପାଦନକାରି ଚାଷୀ ଓଡ଼ିଶା ରାଜ୍ୟ ବିହନ ନିଗମକୁ ବିହନ ଯୋଗାଇଥିଲେ , କିନ୍ତୁ ଆଠ ମାସ ହେଲା ପ୍ରାପ୍ୟ ପାଇନଥିଲେ ! ଘଟଣାକୁ ନେଇ ଆମେ ଖବର ପ୍ରସାରଣ କରିଥିଲୁ , ଯାହା ଫଳରେ ଚାଷୀ ଧାନ ର ପ୍ରାପ୍ୟ ପାଇଛନ୍ତି ଓ ଖୁସି ପ୍ରକଟ କରି ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି ! ପ୍ରକାଶ ଥାଉ କି ବିହନ ନିଗମ କୁ ବିହନ ଯୋଗାଇ ଆଠ ମାସ ହେଲା ପ୍ରାପ୍ୟ ପାଇ ନଥିଲେ ଚାଷୀ ! ବିଭାଗୀୟ ଅଧିକାରୀ ଏପରିକି ଉପରିସ୍ତ ଅଧିକାରୀଙ୍କୁ ମଧ୍ୟ ଗୁହାରି କରିଥିଲେ । କିନ୍ତୁ ପ୍ରାପ୍ୟ ପାଇନଥିଲେ , ଖବର ପ୍ରସାରଣ ପରେ ସରକାର ଚାଷୀ ଙ୍କ ପ୍ରାପ୍ୟ ପ୍ରଦାନ କରିଛନ୍ତି । ତେଣୁ ଚାଷୀ ସରକାର ଙ୍କୁ ଧନ୍ୟବାଦ ଜଣାଇବା ସହ ଗଣମାଧ୍ୟମକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।
ଖବର ପ୍ରସାରଣ ପରେ ପ୍ରାପ୍ୟ ପାଇଲେ ଚାଷୀ !!!

