Site icon Awaj Media

ଓଡିଶା ନାଟ୍ୟ ନିର୍ଦ୍ଦେଶକ ସଂଘର ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ସାଂଗଠନିକ ବୈଠକ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡିଶା ନାଟ୍ୟ ନିର୍ଦ୍ଦେଶକ ସଂଘ (ODDA) ତରଫରୁ ଖୋର୍ଦ୍ଧା ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ମାନଙ୍କ ଉପସ୍ଥିତି ରେ, ବାଣପୁର ଗମ୍ଭାରୀମୁଣ୍ଡା ସ୍ଥିତ ପତିତପାବନ କଲ୍ୟାଣ ମଣ୍ଡପ ଠାରେ ଖୋର୍ଦ୍ଧା ଜିଲ୍ଲା ଶାଖା ନାଟ୍ୟ ନିର୍ଦ୍ଦେଶକ ସଂଘର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି ! ଖୋର୍ଦ୍ଧା ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘର ସଭାପତି ବିଭୂକଲ୍ୟାଣ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶାଖାର ପ୍ରଥମ ବୈଠକରେ ସର୍ବ ସମ୍ମତି କ୍ରମେ ଶାଖା ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ଉକ୍ତ ବୈଠକରେ ନିମନ୍ତ୍ରିତ ଅତିଥି ଭାବେ (ODDA) ରାଜ୍ୟ ଉପସଭାପତି ଟୁଟୁ ପାଢ଼ୀ,ରାଜ୍ୟ ସଂପାଦକ ଅକ୍ଷୟ ରଣା , ରାଜ୍ୟ ସହସଂପାଦକ କୃଷ୍ଣ ଚନ୍ଦ୍ର ପଣ୍ଡା ,ଗଞ୍ଜାମ ଜିଲ୍ଳା ଶାଖା ସଭାପତି ରାଜଗୋପାଳ ପାଢୀ, ପୁରୀ ଜିଲ୍ଲାସଭାପତି ପ୍ରଦୀପ କୁମାର ପ୍ରଧାନ ଙ୍କ ସମେତ ଖୋର୍ଦ୍ଧା ଜିଲ୍ଲା ଶାଖାର ଉପଦେଷ୍ଟା ଡାକ୍ତର ସୁରେନ୍ଦ୍ରନାଥ ଦାସ ପ୍ରମୁଖ ଅତିଥିବୃନ୍ଦ ଯୋଗ ଦେଇଥିଲେ ।
ପ୍ରାରମ୍ଭିକ ସଭାକାର୍ଯ୍ୟକୁ ସୁନ୍ଦର ଭାବେ ପ୍ରସନ୍ନ କୁମାର ମିଶ୍ର ଉପସ୍ଥାପନ କରିଥିବା ବେଳେ ବୈଠକରେ ଖୋର୍ଦ୍ଧା ଜିଲ୍ଲା ସଂଘର ଉପଦେଷ୍ଟା ଡାକ୍ତର ସୁରେନ୍ଦ୍ରନାଥ ଦାସ ପ୍ରାରମ୍ଭିକ ଅଭିଭାଷଣ ଦେଇଥିଲେ ।ନିମନ୍ତ୍ରିତ ଅତିଥିମାନେ ଉକ୍ତ ବୈଠକର ଆଭିମୁଖ୍ୟ, (ODDA) ର ସମସ୍ତ ନିୟମାବଳୀ ଓ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଅଭିଭାଷଣ ଦେଇଥିଲେ। ଉକ୍ତ ବୈଠକରେ ଖୋର୍ଦ୍ଧା ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘର ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା । ଏଥିରେ ଉପଦେଷ୍ଟା ଭାବରେ ଡାକ୍ତର ସୁରେନ୍ଦ୍ରନାଥ ଦାସ ଓ ନାଟ୍ୟକାର ଦିଲୀପ କୁମାର ବିଶ୍ୱାଳ (ଡାକ ସାର୍), ସଭାପତି ବିଭୂକଲ୍ୟାଣ ସାମନ୍ତରାୟ, ଉପସଭାପତି ପ୍ରିୟବ୍ରତ ହରିଚନ୍ଦନ, ସମ୍ପାଦକ ଅଶୋକ କୁମାର ପାତ୍ର, (ସୁବାଷସାର ), ଯୁଗ୍ମ ସମ୍ପାଦକ ଭାସ୍କର ଚନ୍ଦ୍ର ଚୌଧୁରୀ, କୋଷାଧକ୍ଷ ଶ୍ରୀନିବାସ ସାହୁ ଓ ସାଂଗଠନିକ ସଚିବ ଭାବରେ ସୁନନ୍ଦ ପ୍ରଧାନ ଚୟନ ହୋଇଥିବା ବେଳେ କାର୍ଯ୍ୟକାରି ସଦସ୍ୟ ଭାବେ ପ୍ରସନ୍ନ କୁମାର ମିଶ୍ର, ମାନସ କୁମାର ରଥ ଓ ଉତ୍କଳ କେଶର ପ୍ରଧାନ ମନୋନୀତ ହୋଇଥିଲେ। ଜିଲ୍ଳାର ବହୁ ନାଟ୍ୟ ନିର୍ଦ୍ଦେଶକ ଯୋଗଦେଇଥିଲେ। ପରିଶେଷରେ ଖୋର୍ଦ୍ଧା ଜିଲ୍ଲାର ନାଟ୍ୟ ନିର୍ଦ୍ଦେଶକ ସଂଘର ସମ୍ପାଦକ ଅଶୋକ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version