Site icon Awaj Media

ରାସ୍ତାରେ ଭାସୁଛି ଅପରିଷ୍କାର ଜଳ : କେବେ ପଡିବ ଦୃଷ୍ଟି !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ରାସ୍ତାରେ ଭାସୁଛି ଅପରିଷ୍କାର ଜଳ , କେବେ ପଡିବ ପ୍ରଶାସନର ଦୃଷ୍ଟି ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ଗଜପତି ଷ୍ଟାଡିୟମ ନିକଟରେ ରାସ୍ତାରେ ଅପରିଷ୍କାର ଜଳ ଭାସୁଛି । ଦୀର୍ଘ ଦିନ ହେଲା ଡ୍ରେନ ବ୍ୟବସ୍ଥା ଫେଲ ମାରିଛି ! ରାସ୍ତାରେ ଯାନବାହନ ଗଲାବେଳେ ଯାତ୍ରୀଙ୍କ ଉପରେ ଅପରିଷ୍କାର ଜଳ ଛିଟିକି ପଡୁଛି । ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ ଓ ସାଧାରଣ ଜନତା ! ପାଣି ଜମି ରହିବା କାରଣରୁ ରାସ୍ତା ମଧ୍ୟ ଖରାପ ହେଉଛି । ଏଥି ପ୍ରତି ବିଭାଗ କିମ୍ବା ଜିଲ୍ଲା ପ୍ରସାଶନ ଦୃଷ୍ଟି ପଡ଼ିଲେ ଜନସାଧାରଣ ଉପକୃତ ହେବେ ।

Exit mobile version