Site icon Awaj Media

ଜନ୍ମାଷ୍ଟମୀରେ ଚାରା ବାଣ୍ଟି ପରିବେଶ ସଚେତନତା ବାର୍ତ୍ତା ଦେଲେ ପ୍ରକୃତି ବନ୍ଧୁ ଦମ୍ଫତ୍ତି !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ପ୍ରକୃତିର ସଂରକ୍ଷଣ ଓ ପରିବେଶ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ପ୍ରକୃତି ବନ୍ଧୁ ଆଦର୍ଶ ଶିକ୍ଷକ ଦମ୍ଫତ୍ତି । ଦମ୍ଫତ୍ତିଙ୍କ ଘର କଟକ ଜିଲ୍ଲାର ଡମପଡା ବ୍ଲକର ପ୍ରାକୃତିକ ପରିବେଶ ପୂର୍ଣ୍ଣ ପାହାଡ ପର୍ବତ ଘେରା ଢ଼ଂସର ଗ୍ରାମ ପଞ୍ଚାୟତରେ । ପାଇକରାୟ ଦମ୍ଫତ୍ତି ବର୍ତ୍ତମାନ ଉକ୍ତ ବ୍ଲକର ନରଗାଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ କରୁଛନ୍ତି । ପେଶା ସିନା ଶିକ୍ଷକତା , ହେଲେ ନିଶା ହେଉଛି ପ୍ରକୃତିର ସଂରକ୍ଷଣ ଓ ପରିବେଶ ସୁରକ୍ଷା । ଏହି ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ପାଇକରାୟ ଦମ୍ଫତ୍ତିଙ୍କୁ ରାଜ୍ୟ ସ୍ତରୀୟ ସମ୍ମାନ ଜନକ ” ପ୍ରକୃତି ବନ୍ଧୁ ” ପୁରଷ୍କାର ପ୍ରଦାନ କରାଯାଇଛି ।

ଦମ୍ଫତ୍ତି ପ୍ରକୃତିକୁ ଏତେ ଭଲ ପାଉଛନ୍ତି ଯେ ଜନ୍ମାଷ୍ଟମୀ ପାଳନ ଅବସରରେ ନିଜେ ସଯତ୍ନରେ ବଢାଇଥିବା ଚାରାକୁ ବିନା ମୂଲ୍ଯରେ ବଣ୍ଟନ କରିବା ସହିତ ସବୁ ବର୍ଗର ବ୍ଯକ୍ତି ବିଶେଷଙ୍କୁ ସାମିଲ କରାଇ ବୃକ୍ଷ ରୋପଣ କରି ପରିବେଶ ପ୍ରତି ଆଗ୍ରହ ସୃଷ୍ଟି କରାଉଛନ୍ତି । ସେମାନଙ୍କ ଲକ୍ଷ୍ୟ ହେଉଛି ସମସ୍ତଙ୍କୁ ପରିବେଶ ସହିତ ଜଡିତ କରାଇ , ପରିବେଶ ପ୍ରତି ଆଗ୍ରହ ସୃଷ୍ଟି କରାଇଲେ , ନିଶ୍ଚୟ ଭାବେ ସବୁଜ ବନାନୀ ଭରା ସୁନ୍ଦର ପରିବେଶ ଟିଏ ଗଠନ ହୋଇପାରିବ । ଯାହା ଫଳରେ ପରିବେଶ ସନ୍ତୁଳନ ହେବା ସହିତ ପୃଥିବୀ ପୃଷ୍ଠରେ ସମସ୍ତ ଜୀବ ଜଗତ ଶାନ୍ତିରେ ଜୀବନ ଯାପନ କରି ପାରିବ । ନିଶ୍ଚୟ ଭାବେ ଜୀବ ଜଗତ ବିଭିନ୍ନ ପ୍ରାକୃତିକ ଦୁର୍ବିପାକରୁ ନିଜକୁ ରକ୍ଷା କରି ପାରିବ । ତାଙ୍କର ଏହି ମହତ ଉଦ୍ୟମ ପାଇଁ ସ୍ଥାନୀୟ ଜନସାଧାରଣ ,ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ପରିବେଶବିତ୍ ମାନେ ଉଚ୍ଚ ପ୍ରଶଂସା କରୁଛନ୍ତି ।

Exit mobile version