Site icon Awaj Media

ବାଲ୍ୟ ବିବାହ ରୋକିବା ନିମନ୍ତେ କର୍ମଶାଳା ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗୁରୁଦିବସ ଅବସରରେ ବାଲ୍ୟବିବାହ ରୋକିବା ନିମନ୍ତେ ଏକ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ଓ ତୃଣମୂଳ ସ୍ତରରେ କାଯ୍ଯରତ ଜନପ୍ରତିନିଧି, ସରକାରୀ କର୍ମଚାରୀ,ଆଗଧାଡିର ଯୋଦ୍ଧା ମାନଙ୍କୁ ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା କରାଯାଇଛି। ଏକତା  ଓ ଗଣିଆ ଉନ୍ନୟନ (ଜିୟୁସି) କମିଟି ଦ୍ବାରା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଜିଲ୍ଲା ମହିଳା ଶିଶୁ ସୁରକ୍ଷା ଅଧିକାରୀ ଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମ କୁ ପରିଚାଳିତ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ଭାବରେ ଯୋଗଦାନ କରିଥିଲେ ଏବଂ ଏହା ସହିତ ଜିଲ୍ଲା ସ୍ତରୀୟ child help line, one Stop chairperson, CWC members(ଜିଲ୍ଲା ମଣ୍ଡଳ ଅଧିକାରୀ, ଉତ୍କଳ ବାଳାଶ୍ରମର କର୍ମକର୍ତ୍ତା, ଆଭା ଅନୁଷ୍ଠାନର ଜିଲ୍ଲା ସଂଯୋଜିକା ମାନେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ତୃଣମୂଳ ସ୍ତରରେ ବାଲ୍ୟ ବିବାହକୁ ରୋକିବା ପାଇଁ ଜନପ୍ରତିନିଧି, ସରକାରୀ କର୍ମଚାରୀ, ଅଙ୍ଗନବାଡି କର୍ମୀ ମାନେ ଯେଉଁ ପଦକ୍ଷେପ ନେଇଛନ୍ତି ସେମାନଙ୍କୁ ଉତ୍ସାହିତ କରିବା ଏଥିରେ ବିଶେଷ କରି ଆର ଉଦୟଗିରି ଓ ମୋହନା ବ୍ଲକ ରୁ ୧୧ ଜଣଙ୍କୁ ସମ୍ମାନିତ କରାଯାଇଥିଲା।କମଳ ଲୋଚନ ରଇତ (ସମାଜସେବୀ, ସୁବଲଡା) ଅଞ୍ଜିତ କୁମାର ପରିଚ୍ଛା (ଇଂରାଜୀ ଶିକ୍ଷକ,ରାମଗରି ପିଏମସି ଉଚ୍ଚ ବିଦ୍ୟାଳୟ)ମାଧବ ଖୁଣ୍ଟିଆ (କ୍ରିଡ଼ା ଶିକ୍ଷକ, ମହେନ୍ଦ୍ରଗିରି ମହାବିଦ୍ୟାଳୟ ରାମଗିରି)ଡମୁଣୀ କାର୍ଯୀ (ପ୍ରଧାନ ଶିକ୍ଷୟିତ୍ରୀ, ରାମଗରି)ଜଗନ୍ନାଥ ଭୂୟାଁ (ପ୍ରଧାନ ଶିକ୍ଷକ, ଜଲନ୍ତୀ)ଶ୍ରୀଧର ପ୍ରଧାନ ( ସରପଞ୍ଚ, ମଙ୍ଗରାଜପୁର) ଅମ୍ବିକା ନାୟକ (ସରପଞ୍ଚ, ପୋତାର୍) ସରୋଜିନୀ ପାଇକ (ଅଙ୍ଗନବାଡି କର୍ମୀ, ରାମଗିରି)ସୁନିତା ବେହେରା (ଅଙ୍ଗନବାଡି କର୍ମୀ, ପୋଲସରା) ପ୍ରଦୀପ ଦଳବେହେରା ( ପୂର୍ବତନ ସରପଞ୍ଚ ଅଡବା)କୋଣ୍ଡା ଶ୍ରୀକାନ୍ତ (ପିଇଓ, ଚୁଡଙ୍ଗପୁର)ଏହି କାର୍ଯ୍ୟକ୍ରମକୁ ନିର୍ମଲା ପଟ୍ଟନାୟକ (ବ୍ଲକ୍ ସଂଯୋଜିକା, ଜିୟୁସି), ସୁଶ୍ରୀ ଗାୟତ୍ରୀ ମହାନ୍ତ (ଏକତା ଅନୁଷ୍ଠାନ, କାଉନସିଲର ତଥା କୋଡିନେଟର ମୋହନା ବ୍ଲକ) ପରିଚାଳନା କରିଥିଲେ ଏହା ସହିତ ପ୍ରିୟଙ୍କା ପରିଡା (ଜିଲ୍ଲା ସଂଯୋଜିକା, ଆଭା)ଅନିତା ନାୟକ, ଗୀତାରାଣୀ ଦୋରା, ଭବାନୀ ଶଙ୍କର କାର୍ଯୀ (ଜିୟୁସି) ତଥା ଜିୟୁସି ଓ ଏକତା ଅନୁଷ୍ଠାନ ର ଅନ୍ୟାନ୍ୟ କାର୍ଯକର୍ତ୍ତା ମାନେ ଯୋଗଦାନ କରିଥିଲେ ଓ ଶେଷରେ ନିର୍ମଲା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version