Site icon Awaj Media

ଶ୍ରୀକୃଷ୍ଣ ଜନ୍ମ ମହୋତ୍ସବ ଓ ବିଶ୍ୱ ହିନ୍ଦୁ ପରିଷଦ ସ୍ଥାପନା ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ ଅନ୍ତର୍ଗତ ଖରସଣ୍ଡା ଗ୍ରାମରେ ବିଶ୍ୱ ହିନ୍ଦୁ ପରିଷଦର ସ୍ଥାପନା ଦିବସ ଏବଂ ଶ୍ରୀକୃଷ୍ଣ ଜନ୍ମ ମହୋତ୍ସବ ଆଡ଼ମ୍ବର ସହ ପାଳିତ ହୋଇଯାଇଛି । ଏହି ପବିତ୍ର କାର୍ଯ୍ୟକ୍ରମରେ ଜିଲ୍ଲା ତଥା ବିଭିନ୍ନ ସ୍ତରର ବିଶିଷ୍ଟ ଅଧିକାରୀ ଓ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇ ତାଥା – ଆରଏସ୍ଏସ୍ ପୂର୍ବ ପ୍ରାନ୍ତ ସାହ ଶିକ୍ଷ୍ୟା ପ୍ରମୁଖ – ଶ୍ରୀ ଅଶୋକ ରଣଜିତ, ବିଶ୍ୱ ହିନ୍ଦୁ ପରିଷଦ ଗଞ୍ଜାମ ବିଭାଗ ସମ୍ପାଦକ – ଶ୍ରୀ ନରେନ୍ଦ୍ର କୁମାର ଜାନି ,ବିଶ୍ୱ ହିନ୍ଦୁ ପରିଷଦ ଗଜପତି ଜିଲ୍ଲା ସଭାପତି – ଶ୍ରୀ କୈଳାଶ ଚନ୍ଦ୍ର ଗୌଡ଼ ,ଜିଲ୍ଲା ସମ୍ପାଦକ – ଶ୍ରୀ ଶ୍ୟାମ ସୁନ୍ଦର ଶବର, ବିଶେଷ ସମ୍ପର୍କ ପ୍ରମୁଖ – ଶ୍ରୀ ଗିନି କୂର୍ମା ରେଡ୍ଡି ଗୋଷାଣୀ ପ୍ରଖଣ୍ଡ ସଭାପତି – ଶ୍ରୀ ପୀ. ତେଜେଶ୍ୱର ରାଉ ଙ୍କ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳ ର ସଭାପତି, ପ୍ରମୁଖ ଓ ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇ। ହିନ୍ଦୁ ସମାଜର ଜାଗରଣ, ଏକତା, ସମାଜର ସମସ୍ତ ବର୍ଗଙ୍କୁ ଏକତ୍ରିତ କରିବା ଉପରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରିଥିଲେ। ଜାତି, ବର୍ଗ ଓ ଭେଦ ଭାବରୁ ଊର୍ଦ୍ଧ୍ୱରେ ଉଠି ସମଗ୍ର ହିନ୍ଦୁ ସମାଜକୁ ଏକତାର ସୂତ୍ରରେ ବାନ୍ଧିବା, ପରସ୍ପର ଭାଇଚାରା ମଜବୁତ କରିବା ପାଇଁ ସମସ୍ତେ ଏକାଠି ହେବାର ଆହ୍ୱାନ ଦିଆଯାଇଥିଲା।

Exit mobile version