Site icon Awaj Media

ଚିଲିକା ପ୍ରେସକ୍ଲବର ସାଧାରଣ ବୈଠକ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ର ବାଲୁଗାଁ–ବାଣପୁର ଅଞ୍ଚଳର ଅଗ୍ରଣୀ ସାମ୍ବାଦିକ ସଂଗଠନ ଚିଲିକା ପ୍ରେସ କ୍ଲବ ପକ୍ଷରୁ ସାଧାରଣ ବୈଠକ ବାଲୁଗାଁ ସ୍ଥିତ ଉମାମହେଶ୍ୱର କଲ୍ୟାଣୀ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଚିଲିକା ପ୍ରେସକ୍ଲବର ବିଭିନ୍ନ ସାମାଜିକ କାର୍ଯ୍ୟ, ସାମ୍ବାଦିକ ମାନଙ୍କ ସମସ୍ୟା ଏବଂ ଆଗାମୀ ଦିନରେ ପ୍ରେସକ୍ଲବକୁ ଆହୁରି ସୁଦୃଢ଼ କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ଅଞ୍ଚଳର ବିଭିନ୍ନ ସାମାଜିକ ସମସ୍ୟା, ଜନସାଧାରଣଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ଖବର ପ୍ରକାଶ କରିବା ସହିତ ନିରପେକ୍ଷ ଓ ନିର୍ଭୀକ ସାମ୍ବାଦିକତା ଉପରେ ଗୁରୁତ୍ୱ ଦିଆଯାଇଥିଲା । ସେହିପରି ସାମ୍ବାଦିକମାନଙ୍କ ମଧ୍ୟରେ ଏକତା, ସମନ୍ୱୟ ଓ ଭାଇଚାରା ବଜାୟ ରଖିବା ସହିତ ଅଞ୍ଚଳର ବିଭିନ୍ନ ଜନସମସ୍ୟାକୁ ପ୍ରଶାସନ ଓ ସରକାରଙ୍କ ନଜରକୁ ଆଣିବା ନେଇ ମଧ୍ୟ ଆଲୋଚନା ହୋଇଥିଲା । ବୈଠକରେ ଚିଲିକା ପ୍ରେସକ୍ଲବର ସଭାପତି, ସମ୍ପାଦକ ଓ ସନସ୍ତ ସଭ୍ୟ ଉପସ୍ଥିତ ରହି ଆଗାମୀ ଦିନର କାର୍ଯ୍ୟପନ୍ଥା ସମ୍ପର୍କରେ ମତାମତ ରଖିଥିଲେ । ଶେଷରେ ସମସ୍ତ ସାମ୍ବାଦିକଙ୍କ ମଧ୍ୟରେ ଏକତା ଓ ସହଯୋଗ ରହିଲେ ଅଞ୍ଚଳର ଜନସାଧାରଣଙ୍କ ସମସ୍ୟାକୁ ଆହୁରି ପ୍ରଭାବଶାଳୀ ଭାବେ ଉପସ୍ଥାପନ କରାଯାଇପାରିବ ବୋଲି ମତ ପ୍ରକାଶ କରାଯାଇଥିଲା ।

Exit mobile version