Site icon Awaj Media

ପ୍ରିଲିନ ଫାଉଣ୍ଡେସନ ପକ୍ଷରୁ ନିଯୁକ୍ତି ମେଳା !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଠାରେ ପ୍ରିଲିନ ଫାଉଣ୍ଡେସନ ପକ୍ଷରୁ ଏକ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି. ଏହାକୁ ଉଦଘାଟନ କରିଛନ୍ତି ସ୍ଥାନୀୟ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ.ଏହି ମେଳା ରେ ପ୍ରାୟ ୩0 ଗୋଟି କମ୍ପାନୀ ମାଧ୍ୟମରେ ନିଯୁକ୍ତି ର ସୁବିଧା ପାଇବେ ଶିକ୍ଷିତ ଯୁବକ ଓ ଯୁବତୀ. ୫ ଶହ ରୁ ଉର୍ଦ୍ଧ ଶିକ୍ଷିତ ଯୁବକ ଯୁବତୀ ନିଜର ନାମ ପଞ୍ଜିକରଣ କରିଥିବା ସମୟରେ ଆୟୋଜକ ଙ୍କ ଆଶା ଏହି ପ୍ରତ୍ୟକ୍ଷ ନିଯୁକ୍ତି ମେଳା ରେ ପ୍ରାୟ ୮ ଶହ ରୁ ଉର୍ଦ୍ଧ ଶିକ୍ଷିତ ଯୁବକ ଓ ଯୁବତୀ ସାମିଲ ହେବେ.. ଆସିଥିବା ନାମୀ ଦାମୀ କମ୍ପାନୀ ଦ୍ୱାରା ନିଯୁକ୍ତି ପାଇ ପରିବେ ଏଥିପାଇଁ ସମସ୍ତ ପ୍ରଚେଷ୍ଟା ରହିବ ବୋଲି କହିଛନ୍ତି ପ୍ରିଲିନ ଫାଉଣ୍ଡେସନ ର ଡାଇରେକ୍ଟର ପ୍ରିୟବ୍ରତ ମହାନ୍ତି. ସେପଟେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ତ୍ରିପାଠୀ ବାଙ୍କୀ ଉପଖଣ୍ଡରେ ଏଭଳି ନିଯୁକ୍ତି ମେଳା କୁ ସ୍ୱାଗତ କରିଛନ୍ତି. ଏଥିପାଇଁ ଆୟୋଜକ ଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି. ଏହା ସହିତ ଆଜିର ଶିକ୍ଷିତ ଯୁବ ପିଢିଙ୍କୁ ଆହ୍ୱାନ ଦେଇଛନ୍ତି କିଭଳି ନିଜେ ନିଜକୁ ଆତ୍ମନିର୍ଭର ଶିଳ କରିପାରିବେ ସେ ଦିଗରେ ପ୍ରଚେଷ୍ଟା ଜାରି ରଖନ୍ତୁ.ସରକାରଙ୍କ ବିଭିନ୍ନ ଯୋଜନା ରହିଛି ଯେପରି କି ପଶୁ ପାଳନ କ୍ଷେତ୍ର ରେ କାମ କରିବା ଏହା ସହିତ ଶିଳ୍ପାୟନ କ୍ଷେତ୍ର ରେ ନିଜକୁ ଯୋଡିବା ପାଇଁ ଆହ୍ୱାନ ଦେଇଛନ୍ତି ବିଧାୟକ ଶ୍ରୀଯୁକ୍ତ ଦେବୀ ରଞ୍ଜନ ତ୍ରିପାଠୀ !

Exit mobile version