Site icon Awaj Media

ବିପଦ ସଂକୁଳ ଅବସ୍ଥାରେ ରହିଛି ଗୋଡିସାହି ବ୍ରିଜ !!!

Spread the love

ବାରଙ୍ଗ ( ଆୱାଜ ମିଡ଼ିଆ ) – ସିଦ୍ଧିନାଥ ସାହୁ : ବିପଦ ସଂକୁଳ ଅବସ୍ଥାରେ ରହିଛି ଗୋଡିସାହି ବ୍ରିଜ ! କଟକ ବାଙ୍କୀ ମୁଖ୍ୟରାସ୍ତା ରେ ଅବସ୍ଥିତ ପୁରୀ କେନାଲ ବ୍ରିଜ ଉପର ରାସ୍ତା ଶୋଚନୀୟ ହୋଇ ପଡିଥିବା ସମୟରେ ବ୍ରିଜ ରେ ଅନେକ ଛୋଟ ବଡ ଖାଲ ମଧ୍ୟ ହୋଇଛି ! ରାଜଧାନୀ ଭୁବନେଶ୍ୱର ଏବଂ କଟକ ରୁ ବାଙ୍କୀ ତଥା ମୁଣ୍ଡଳୀ ଓ ଆଠଗଡ କୁ ଯାତାୟାତ କରୁଥିବା ସମସ୍ତ ଗାଡି ଏହି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି ! ସୂଚନା ଯୋଗ୍ୟ ଗତ ଦୁଇ ବର୍ଷ ତଳେ ବ୍ରିଜ ର ଶେଷ ଅଂଶ ଦବିଯାଇ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା ! ବ୍ରିଜ ଆରମ୍ଭ ସ୍ଥାନରେ ବାରଙ୍ଗ ଗୋଡିସାହି ରାସ୍ତା ଏବଂ ମୁଣ୍ଡଳୀ କେନାଲ ବନ୍ଧ ରାସ୍ତାର ସଂଯୋଗ ସ୍ଥଳ ଥିବାରୁ ପ୍ରାୟତ ଗହଳି ଲାଗି ରହୁଛି ! ପୁନଶ୍ଚ ବ୍ରିଜ ଉପର ଦେଇ ଓମଫେଡ କମ୍ପାନୀକୁ ଯାଇଥିବା ପାଣି ପାଇପ କାରଣରୁ ମଧ୍ୟ ଯାନ ବହନ ଚଳାଚଳରେ ସମସ୍ୟା ହେଉଛି ! ବ୍ରିଜ ଉପରେ ପିଚୁ ଉଠିଯାଇ ରାସ୍ତା ସାରା ଗୋଡି ବିଛେଇ ହୋଇ ପଡି ରହିଥିବାରୁ ବାଇକ ଏବଂ ସାଇକେଲ ଆରୋହୀ ମାନେ ଅସୁବିଧାରେ ପଡୁଛନ୍ତି ! ବିଭାଗୀୟ ଅଧିକାରୀ ତୁରନ୍ତ ସମସ୍ୟା ପ୍ରତି ଦୃଷ୍ଟି ଦେଇ ରାସ୍ତା ମରାମତି ଦିଗରେ ପଦକ୍ଷେପ ନେବାକୁ ସ୍ଥାନୀୟ ବାସିନ୍ଦା ଦାବୀ କରିଛନ୍ତି !

Exit mobile version