Site icon Awaj Media

ନୂଆ କେରାଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁପୂଜନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ନୁଆ କେରାଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ଗୁରୁଦିବସ ପାଳନ କାର୍ଯ୍ୟକ୍ରମରେ ନିଆରା ଢଙ୍ଗରେ ଗୁରୁଙ୍କୁ ସମ୍ବଦ୍ଧନା କରାଯାଇଛି। କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ୟିତ୍ରୀ ସମେତ ବିଦ୍ୟାଳୟରୁ ଅବସର ନେଇଥିବା ୪ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କ କଙ୍କ ସହ ଗ୍ରାମର ଦୁଇ ଜଣଅବସରପ୍ରାପ୍ତଶିକ୍ଷକଙ୍କୁ ସମ୍ବଦ୍ଧନା ଜଣାଇଥିଲେ ଅଧ୍ୟୟନରତ ଛାତ୍ରଛାତ୍ରୀ ଓ ଅବିଭାବକ। କାର୍ଯ୍ୟକ୍ରମକୁ ଅଷ୍ଟମ ଶ୍ରେଣୀର ଛାତ୍ରୀ ମୀରାମ୍ବୀକା ଜେନା ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧୂକାରୀ କେ, ସୋମେଶ୍ଵର ରାଓ, ସିଆରସିସି ସଦାନନ୍ଦ ପାତ୍ର ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭେଙ୍କଟ ରମଣ, ସହକାରୀ ଶିକ୍ଷୟିତ୍ରୀ ରତ୍ନମାଳା ଜେନା, ନିର୍‌ଝରଣୀ ସିଂ, ଆର ଶୋଭାରାଣୀ,ଶିକ୍ଷକ ଚିନ୍ତାମଣି ସ୍ବାଇଁ, ସମେତ ଅବସରପ୍ରାପ୍ତ ଶିକ୍ଷକ ପବିତ୍ର ପଣ୍ଡା, ପୁଷ୍ପାଞ୍ଜଳି ପଣ୍ଡା, ସୈଦାମିନି ପଣ୍ଡା, ଗଦାଧର ମଙ୍ଗରାଜ, ରତ୍ନାକର ମଲ୍ଲିକ, ଦୁର୍ଯ୍ୟୋଧନ ଶାମଲ ଓ ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

Exit mobile version