ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ରାୟଗଡ ବ୍ଲକ ଅନ୍ତର୍ଗତ ପର୍ଶୁରାମ ଗୁରୁକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସେବକପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଯୋଗଦେଇଥିଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (DCPO) ଅଋଣ କୁମାର ତ୍ରିପାଠୀ, CDPO ବି. କୋମଳଙ୍ଗି, One Stop Centre ରୁ ଆସିଥିବା ସୁନିତା ରଥ। DCPO ଅରୁଣ କୁମାର ତ୍ରିପାଠୀ କହିଥିଲେ ପୁଅ ଓ ଝିଅ ମାନେ ଉଚିତ ବୟସରେ ହି ବିବାହକରିବା ଉଚିତ। ସୁନିତା ରଥ ତାଙ୍କ ବକ୍ତବ୍ୟରେ କହିଥିଲେ କନ୍ୟା ଭୃଣ ହତ୍ୟା ନକରିବାପାଇଁ ଏବଂ କୌଣସି ହିଂସା ସମୟରେ helpline ନୁମ୍ବର ରେ ଫୋନ୍ କରିବା ପାଇଁ। CDPO ବି. କୋମଳଙ୍ଗି କହିଥିଲେ ପୁରୁଷ ଏବଂ ମହିଳା ଜନସଂଖ୍ୟା ସମାନ ରହିବା ଉଚିତ। ଦାସକାଠିଆ ମାଧ୍ୟମରେ ଛାତ୍ର, ଛାତ୍ରୀ ମାନଙ୍କୁ ସଚେତନ କରାଯାଇଥିଲା। ଅଙ୍ଗନବାଡି ସୁପାଭାଇଜର, ଅଙ୍ଗନବାଡି ଓ ଆଶା ଦିଦି ମାନେ ଯୋଗଦେଇଥିଲେ। ୧୫୦ ରୁ ଉର୍ଧ୍ଵ ଛାତ୍ର ଓ ଛାତ୍ରୀ ଯୋଗ ଦେଇଥିଲେ। ଏଥିରେ ଅଧକ୍ଷତା କରିଥିଲେ ବିଦ୍ୟାୟାର ଅଧକ୍ଷ ଶ୍ରୀଯୁକ୍ତ ଶଶୀକାନ୍ତ ମହାପାତ୍ର। ଏଥିରେ ସହଯୋଗ କରିଥିଲେ ଶ୍ରୀମତୀ ରଶ୍ମିତା ପାତ୍ର।

