ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ମାଟିର କଳା ଓ ସଂସ୍କୃତି ପାଇଁ ଆସିଛି ଏକ ଗର୍ବର ମୁହୂର୍ତ୍ତ। ପଞ୍ଚମ ଶ୍ରେଣୀର ‘ଲୋକକଳା’ ବହିରେ ବାଣପୁର ଅଞ୍ଚଳରେ ମଞ୍ଚସ୍ଥ ହୋଇଥିବା ସାମାଜିକ ନାଟକର ଏକ ଦୃଶ୍ୟ ସ୍ଥାନ ପାଇଛି।ବାଣପୁର ଅଞ୍ଚଳର ଆୟତପୁର ଗ୍ରାମରେ ମଞ୍ଚସ୍ଥ ହୋଇଥିବା ନିର୍ଦ୍ଦେଶକ ମନୋରଞ୍ଜନ ବେହେରାଙ୍କ ନିର୍ଦ୍ଦେଶିତ ସାମାଜିକ ନାଟକ ‘ଆଖି ଅଭୁଝା କୁ ଲୁହ ଅବୁଝା’ ର ଏକ ଦୃଶ୍ୟକୁ ପଞ୍ଚମ ଶ୍ରେଣୀର ଲୋକକଳା ପାଠ୍ୟପୁସ୍ତକରେ ସ୍ଥାନ ଦିଆଯାଇଛି। ଗ୍ରାମାଞ୍ଚଳର ମଞ୍ଚ ଓ ମାଟି ସହ ଜଡ଼ିତ କଳାକାରମାନଙ୍କ ସୃଜନଶୀଳତା ଏବେ ପାଠ୍ୟପୁସ୍ତକର ପୃଷ୍ଠାରେ ସ୍ଥାନ ପାଇବା ନିଶ୍ଚିତ ଭାବେ ଏକ ଉଲ୍ଲେଖନୀୟ ସଫଳତା। ଏହା ବାଣପୁରର ନାଟ୍ୟ ପରମ୍ପରା, ଲୋକକଳା ଓ ସାଂସ୍କୃତିକ ଐତିହ୍ୟର ଏକ ସୁନ୍ଦର ପରିଚୟ ବହନ କରୁଛି।ବାଣପୁର ମାଟିର ଏକ ନାଟକର ଦୃଶ୍ୟ ପାଠ୍ୟପୁସ୍ତକରେ ସ୍ଥାନ ପାଇବା କେବଳ ନାଟକ ସହ ଜଡ଼ିତ କଳାକାର ଓ ନିର୍ଦ୍ଦେଶକଙ୍କ ପାଇଁ ନୁହେଁ, ସମଗ୍ର ବାଣପୁର ଅଞ୍ଚଳର କଳାପ୍ରେମୀ ଓ ସଂସ୍କୃତିପ୍ରେମୀଙ୍କ ପାଇଁ ମଧ୍ୟ ଗର୍ବର ବିଷୟ । ବାଣପୁର ମାଟିର କଳା ପାଠ୍ୟପୁସ୍ତକର ପୃଷ୍ଠାରେ—ଏହା ପ୍ରତ୍ୟେକ ବାଣପୁରିଆଙ୍କ ପାଇଁ ନିଶ୍ଚିତ ଭାବେ ଗର୍ବ ଓ ଆନନ୍ଦର କଥା।
ପଞ୍ଚମ ଶ୍ରେଣୀ ଲୋକକଳା ବହିରେ ବାଣପୁର ମାଟିର ନାଟ୍ୟ ଝଲକ !!!

