Site icon Awaj Media

ମୃତ୍ୟୁ ପୂର୍ବରୁ ଅଙ୍ଗଦାନ କଲେ ଆଦର୍ଶ ଶିକ୍ଷକ ପ୍ରତାପ ରାଉତ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ମୃତ୍ୟୁ ପୂର୍ବରୁ ଅଙ୍ଗଦାନ କଲେ ଆଦର୍ଶ ଶିକ୍ଷକ ପ୍ରତାପ ରାଉତ । ବାଙ୍କୀ ଉପଖଣ୍ଡ ଥାନା ଅନ୍ତର୍ଗତ ଢଂସର ଗ୍ରାମର ଆଦର୍ଶ ଶିକ୍ଷକ ତଥା ସମାଜସେବୀ ପ୍ରତାପ ରାଉତ ଗତ କିଛି ଦିନ ତଳେ ଅସୁସ୍ଥ ଅନୁଭବ କରିବା ସହ ମୁଣ୍ଡରେ ଯନ୍ତ୍ରଣା ପାଉଥିବା ନେଇ ଭୁବନେଶ୍ୱର ରେ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସା ହେଉଥିଲେ । ମୃତ୍ୟୁ ପୂର୍ବରୁ ପରିବାର ଲୋକଙ୍କ ସହମତି ସହ ଅଙ୍ଗାଦାନ କରିବା ପାଇଁ କହିବା ମୁତାବକ ଅଙ୍ଗଦାନ କରିଥିଲେ । ହଠାତ ବ୍ରେନ ଷ୍ଟୋକ ରେ ମୃତ୍ୟୁ ଘୋଷଣା କରିଥଲେ ଡାକ୍ତର। ଏଭଳି ଖବର ପାଇ ପରିବାର ଓ ଗ୍ରାମବାସୀ ଦୁଃଖରେ ଭାଙ୍ଗିପଡ଼ିଥିଲେ । ଅଙ୍ଗଦାନ ପରେ ସକାଳେ ଡିସ୍ଚାର୍ଜ ହେବାପରେ ଖୋର୍ଦ୍ଧା ସ୍ଥିତ ସରକାରୀ ସ୍କୁଲରେ ଶ୍ରଦ୍ଧାଞ୍ଜଳି ଦେବାପରେ ଗ୍ରାମରେ ସାଢେ ୧୧ ଟା ସମୟରେ ପହଂଚିଥିଲା ତାଙ୍କ ପାର୍ଥିବ ଶରୀର ! ଗ୍ରାମ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ତାଙ୍କର ମର ଶରୀରକୁ ଗ୍ରାମରେ ପରିକ୍ରମା କରିବା ସହ ଗ୍ରାମ ମଶାଣିରେ ଗାର୍ଡ ଅଫ ଅର୍ଣ୍ଣର ଶ୍ରଦ୍ଧାଞ୍ଜଳି ଦେଇ ଶେଷକୃତ ସମ୍ପର୍ଣ୍ଣ କରାଯାଇଥିଲା । ଏହି ଅବସରରେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀ, ସମାଜସେବୀ ଅବିନାଶ ପଟ୍ଟନାୟକ, ପ୍ରାକ୍ତନ ସରପଞ୍ଚ ଯୋଗେଶ ଚନ୍ଦ୍ର ପଣ୍ଡା , ସ୍ଥାନୀୟ ସରପଞ୍ଚ , ସମିତି ସଭ୍ୟ, ସାଂସଦ ପ୍ରତିନିଧି ସରୋଜ କୁମାର ମତଗଜ ସିଂ, ସମବାୟବିତ ସମରେନ୍ଦ୍ର ମହାପାତ୍ର ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗ୍ରାମବାସୀ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ !

Exit mobile version