Site icon Awaj Media

କଟକ ଜିଲ୍ଲା ବାରଙ୍ଗ ବ୍ଲକ ଅଞ୍ଚଳରେ ବଢି ଚାଲିଛି ଠିକାଦାର ଙ୍କ ମନମାନୀ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରଦୀପ ରାଜ : କଟକ ଜିଲ୍ଲା ବାରଙ୍ଗ ବ୍ଲକ ଅଞ୍ଚଳରେ ବଢି ଚାଲିଛି ଠିକାଦାର ଙ୍କ ମନମାନୀ ! ଗୋଟିଏ ପରେ ଗୋଟିଏ ଘଟଣା ଆସୁଛି ସାମନାକୁ , ହେଲେ ବ୍ଲକ ପ୍ରଶାସନ ପାଲଟିଛି ନିଦାବିଷ୍ଣୁ ! ରାମଦାସପୁର ପଞ୍ଚାୟତ ରତାଗଡ ଗ୍ରାମରେ ସିସି ଢ଼ଳେଇ କାମ ହେଇ କିମ୍ବା ନରାଜ ପ୍ରାଣୀ ଚିକିତ୍ସା ସହାୟକ କେନ୍ଦ୍ର ର ରଂଗମରା କାମ ହେଉ ! ସବୁଠି ଅନିୟମିତତା ର ଅଭିଯୋଗ , ସବୁ ଜାଗାରେ ଠିକାଦାର ଙ୍କ କାମ ନେଇ ଜନତା ଅସନ୍ତୁଷ୍ଟ ! ହେଲେ ପ୍ରାୟତ କାମ ନେଉଥିବା ଠିକାଦାର ବିଜେପି ନେତାଙ୍କ ଅନୁଗତ ହୋଇଥିବାରୁ , ବ୍ଲକ ପ୍ରଶାସନ ମୁଁହରେ ତୁଣ୍ଡି ପଡିଯାଇଛି ! ଏବେ ଆଉ ଏକ ଘଟଣା ସାମନାକୁ ଆସିଛି ନରାଜ ମାର୍ଥାପୁର ପଞ୍ଚାୟତ ସିଦ୍ଧେଶ୍ୱର ହାଇସ୍କୁଲ ଖେଳ ପଡିଆ ପାଚେରୀ ନିର୍ମାଣ ସ୍ଥାନରୁ ! ଆଗରୁ ଏହି ସ୍ଥାନରେ ପାଚେରୀ ହୋଇ ଥରେ ଭାଙ୍ଗି ସାରିଛି , ଆଉ ଏବେ ଏପରି ଅବସ୍ଥାରେ ଚାଲିଛି କାମ ! ସରକାରୀ ଅନୁଦାନରେ ଲୋକଙ୍କ ପାଇଁ ହେଉଥିବା କାମରେ ଯଦି ସରକାରୀ ଗାଇଡଲାଇନ ନରହି ଠିକାଦାର ର ମନମାନୀ ଚାଲେ , ତେବେ କାମ ର ସ୍ଥାୟୀତ୍ୱ ନେଇ ସୃଷ୍ଟି ହେଉଛି ପ୍ରଶ୍ନ !

Exit mobile version