Site icon Awaj Media

ପୂର୍ବତନ ମନ୍ତ୍ରୀ ଯୋଗେଶ ରାଉତଙ୍କ 17 ତମ ଶ୍ରଦ୍ଧାଞ୍ଜଳି ଉତ୍ସବ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଓଡିଶାର ସମବାୟ ସମ୍ରାଟ ଉପାଧି ପ୍ରାପ୍ତ ବାଙ୍କୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ମନ୍ତୀ ଡା ଯୋଗେଶ ଚନ୍ଦ୍ର ରାଉତଙ୍କର 17 ତମ ଶ୍ରାଦ୍ଧ ଉତ୍ସବ ତାଙ୍କ ଜନ୍ମ ମାଟି ଶିଶୁଆରେ ମହା ସମାରୋହରେ ପାଳିତ ହୋଇଯାଇଛି | ଉକ୍ତ ଉତ୍ସବରେ ବାଙ୍କୀର ବିଭିନ୍ନ ବ୍ଲକ ତଥା ଏନ ଏ ସି ରୁ ବହୁ ଯୋଗେଶ ପ୍ରେମୀ ଯୋଗ ଦେଇ ନିଜର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ |ନିଜ ଗାଁ ଶିଶୁଅ, ବାଙ୍କୀ ମହାବିଦ୍ୟାଳୟ ଏବଂ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଠାରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇଥିଲେ ବାଙ୍କୀର ଯୁବ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ | ଜନ୍ମ ମାଟିରେ ଗ୍ରାମ ବାସୀଙ୍କ ତରଫରୁ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ବିଧାୟକଙ୍କ ସହ ବାଙ୍କୀ ଏନ ଏ ସି ର କାଉନସିଲର ସନାତନ ବେହେରା , ସନ୍ତୋଷ କୁମାର ରଣା, ସମବାୟ ବିତ ସୁବାସ ଚନ୍ଦ୍ର ପାଢ଼ୀ, ବରିଷ୍ଠ ସାମ୍ବାଦିକ ବଳଭଦ୍ର ପଣ୍ଡା, ପୂର୍ବତନ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, କବି କୌଶିକ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ଯୋଗେଶ ରାଉତଙ୍କର ବାଙ୍କୀ ପ୍ରତି ଥିବା ଅବଦାନକୁ ସ୍ମରଣ କରିଥିଲେ | ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ଅଂଶୁପା ମହାବିଦ୍ୟାଳୟ, ମୁଣ୍ଡଳୀ ବ୍ରିଜ ନିର୍ମାଣର ପ୍ରାଣ ପ୍ରତିଷ୍ଠାତା ତଥା ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଉର୍ନତି କରଣରେ ସମଗ୍ର ଓଡିଶାରେ ବାଙ୍କୀକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲେ ଡା ଯୋଗେଶ ରାଉତ | ମୁଖ୍ୟ ଅତିଥି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ବାର ଜଣ ପୂର୍ବତନ ରାଜନେତା ତଥା ସମାଜସେବୀଙ୍କୁ ଯୋଗେଶ ରାଉତଙ୍କ ସ୍ମୃତିରେ ସମ୍ବର୍ଦ୍ଧିତ କରିବା ସହିତ ପୂଜ୍ୟପୂଜାଙ୍କୁ ବାଙ୍କୀ ମାଟି ସବୁବେଳେ ସମ୍ମାନ ଦିଏ ବୋଲି କହିଥିଲେ | ପଣ୍ଡିତ ମନୋଜ କୁମାର ରାଉତ ସମ୍ପାଦକୀୟ ବିବରିଣୀ ପାଠ ସହ ଅତିଥି ମାନଙ୍କର ପରିଚୟ ଦେଇଥିଲେ | ବରିଷ୍ଠ ନାଗରିକ କୁମର ପ୍ରଧାନ, କବି ଶଶୀ ଭୂଷଣ ତ୍ରିପାଠୀ, ସମାଜସେବୀ ପ୍ରଦୀପ କୁମାର ଜେନା ସଭା ପରିଚାଳନା କରିବା ସହିତ ଆଦର୍ଶ ଯୁବ ପରିଷଦର ଆବାହକ ଅକ୍ଷୟ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ |

Exit mobile version