Site icon Awaj Media

ପବିତ୍ର ” ଗଣେଶ ପୂଜା ” ଉପଲକ୍ଷେ କୁନିକୁନି ପିଲାଙ୍କ ଦ୍ବାରା ବୃକ୍ଷ ରୋପଣ କରାଇଲେ ” ପ୍ରକୃତି ବନ୍ଧୁ ” ଶିକ୍ଷକ ଦମ୍ଫତ୍ତି !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ସୁସ୍ଥ ପରିବେଶ ହିଁ ସୁସ୍ଥ ସମାଜ ଗଠନର ମୂଳ ପିଣ୍ଡ । ଆଜିର ରୋଗ ସର୍ବସ୍ବ ସମାଜରେ ସମସ୍ତେ ଅଳ୍ପ ବହୁତ ଅଙ୍ଗେ ଅଙ୍ଗେ ଅନୁଭବ କଲେଣି ଯେ , ଯେତ ଧନସମ୍ପଦ ଥିଲେ ମଧ୍ୟ ସବୁ ତୁଛ ମନେହୁଏ ଯଦି ଶରୀର ସୁସ୍ଥ ନାହିଁ । ତେଣୁ ଶରୀର ସୁସ୍ଥ ରଖିବା ପାଇଁ ସୁସ୍ଥ ପରିବେଶର ଆବଶ୍ୟକତା ନିଶ୍ଚିତ ଭାବରେ ଆବଶ୍ୟକ । ଏହି ଆବଶ୍ୟକତା ପୂରଣ କରିବା ପାଇଁ କଟକ ଜିଲ୍ଲାର ଡମପଡା ବ୍ଲକ ଅନ୍ତର୍ଗତ ଢ଼ଂସର ଗ୍ରାମ ପଞ୍ଚାୟତର ” ପ୍ରକୃତି ବନ୍ଧୁ ” ଶିକ୍ଷକ ଦମ୍ଫତ୍ତି ଅଣ୍ଟାଭିଡିଛନ୍ତି । ପବିତ୍ର ” ଗଣେଶ ପୂଜା ” ଅବସରରେ ଡମପଡା ବ୍ଲକ ଅନ୍ତର୍ଗତ ନରଗାଙ୍ଗ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କୁନିକୁନି ପିଲାମାନଙ୍କ ଦ୍ବାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି । ଆଜିର କୁନି ପିଲା ଆସନ୍ତା କାଲି ଦେଶର ଭବିଷ୍ୟତ । ସେମାନେ ଆଜି ଚେଷ୍ଟା ଜାରି ରଖିଲେ ଭବିଷ୍ୟତକୁ ନିଶ୍ଚିତ ଭାବରେ ସରସ ସୁନ୍ଦର କରି ଗଢି ପାରିବେ । ତେଣୁ ଦେଶର ଭବିଷ୍ୟତଙ୍କୁ ପରିବେଶର ସୁରକ୍ଷା ଓ ନୂତନ ପରିବେଶର ସୃଷ୍ଟିରେ ସାମିଲ କରାଇଲେ ନିଶ୍ଚିତ ଭାବେ ଉତ୍ତମ ପରିବେଶ ସୃଷ୍ଟି ହୋଇପାରିବ ବୋଲି ଲକ୍ଷ୍ୟ ରଖିଛନ୍ତି ପ୍ରକୃତି ବନ୍ଧୁ ଶିକ୍ଷକ ଦମ୍ଫତ୍ତି । ଏହି ମହତ କାର୍ଯ୍ୟ ପାଇଁ ପରିବେଶବିତ , ବୁଦ୍ଧିଜୀବୀ ମହଲରେ ” ପ୍ରକୃତି ବନ୍ଧୁ ” ଦମ୍ଫତ୍ତି ବଳରାମ ପାଇକରାୟ ଓ ନିବେଦିତା ପାଇକରାୟଙ୍କୁ ଢେର ସାରା ପ୍ରଂଶସା କରିଛନ୍ତି ।

Exit mobile version