Site icon Awaj Media

ଗଜପତି ପ୍ରେସ୍ କ୍ଳବ୍ ପରିସରରେ ବିଘ୍ନରାଜ ଶ୍ରୀଗଣେଶଙ୍କ ପୂଜା ଧୁମ୍‌ଧାମରେ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ପ୍ରେସ୍ କ୍ଳବ୍ ପରିସରରେ ବିଘ୍ନରାଜ ଶ୍ରୀଗଣେଶଙ୍କ ପୂଜା ଧୁମ୍‌ଧାମରେ ପାଳିତ ହୋଇଛି । ଏହି ଅବସରରେ ପ୍ରେସ୍ କ୍ଳବ୍‌ର ସଦସ୍ୟ, ସାମ୍ବାଦିକ ଓ ଅତିଥିମାନେ ଏକତ୍ରିତ ହୋଇ ଶ୍ରୀଗଣେଶଙ୍କୁ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ । ପୂଜା ଅବସରରେ ମନ୍ତ୍ରପାଠ, ହୋମଯଜ୍ଞ ଓ ଆଳତି ଅନୁଷ୍ଠିତ ହୋଇଥିବା ବେଳେ ସମଗ୍ର ପରିବେଶ ଭକ୍ତିମୟ ହୋଇ ଉଠିଥିଲା । ବିଘ୍ନରାଜ ଶ୍ରୀଗଣେଶଙ୍କ ଆଶୀର୍ବାଦରେ ସମାଜ ଓ ଜିଲ୍ଲାରେ ଶାନ୍ତି, ସମୃଦ୍ଧି ଓ ସୁଖଶାନ୍ତି ବଜାୟ ରହୁ ବୋଲି ସମସ୍ତେ ପ୍ରାର୍ଥନା କରିଥିଲେ । ପୂଜା ପରେ ଉପସ୍ଥିତ ଭକ୍ତ ଓ ଅତିଥିମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା । ସାମ୍ବାଦିକମାନଙ୍କ ମଧ୍ୟରେ ଭାଇଚାରା ଓ ଏକତାର ବାର୍ତ୍ତା ନେଇ ଆୟୋଜିତ ଏହି ପୂଜା କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଥିଲା ।

Exit mobile version