Site icon Awaj Media

ନୂଆ ସେତୁ ହେଉଛି ମରାମତି : ଶତାୟୁ ସେତୁ ସାହା ଭରଷା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପୂର୍ବ ସରକାର ରେ ସାତ କୋଟି 35 ଲକ୍ଷ ରେ ନିର୍ମିତ ସେତୁ ଆଠବର୍ଷ ରେ ହେଉଛି ମରାମତି । ଗଜପତି ଜିଲ୍ଲା ରେ ଆନ୍ଧ୍ର-ଓଡ଼ିଶାକୁ ସଂଯୋଗ କରୁଥିବା ପାରଳାଖେମୁଣ୍ଡି ସହରର ମହେନ୍ଦ୍ରତନୟା ନଦୀ ଉପରେ ନିର୍ମିତ ନୂଆ ସେତୁର ରକ୍ଷଣାବେକ୍ଷଣ କାମ ଚାଲିଥିବାରୁ ଏବେ ଯାତାୟାତ ପାଇଁ ପୁରୁଣା ସେତୁ ଉପରେ ନିର୍ଭର କରିବାକୁ ପଡ଼ିଛି। ଏଭଳି ସ୍ଥିତିରେ ନୂଆ ସେତୁ ନିର୍ମାଣ କାର୍ଯ୍ୟ ଶୈଳୀ କୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ସେତୁ ର ଚିତ୍ର ବୟାନ କରୁଛି କିଭଳି କାମ କରାଯାଇଥିଲା ଥରେ ଏ ଭିଜୁଆଲ ଦେଖନ୍ତୁ କିଭଳି ଭାବରେ ଝଡି ପଡ଼ିଛି କଙ୍କରିଡ୍ । ବର୍ତ୍ତମାନ ସଜାଡ଼ିବା ପାଇଁ ତତ୍ପର ହୋଇ ବିଭାଗ ନାମ ଫଳକ ଅନୁସାରେ ମହେନ୍ଦ୍ର ତନେୟା ସେତୁ ନିର୍ମାଣ ପାଇଁ 7 କୋଟି 35 ଲକ୍ଷ 70ହଜାର ବ୍ୟୟବରାଦ ରେ ୨୦୧୮ ଏପ୍ରିଲ ୪ରେ ନୂଆ ସେତୁ ନିର୍ମାଣ କରାଯାଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍‌ଘାଟନ କରିଥିଲେ। ତେବେ ନିର୍ମାଣର ୮ ବର୍ଷ ୫ ମାସ ପରେ ଏବେ ସେତୁର ଆବଶ୍ୟକ ରକ୍ଷଣାବେକ୍ଷଣ କାମ ଆରମ୍ଭ ହୋଇଛି ଏହି ପରିପ୍ରେକ୍ଷୀରେ ପର୍ତ୍ତୁବିଭାଗ ନିର୍ବାହୀ ଯନ୍ତ୍ରୀ କହିଛନ୍ତି ବର୍ତମାନ ନୂତନ ସରକାର ଜନ ସାଧାରଣ ଙ୍କ ସ୍ବାର୍ଥ ଦୃଷ୍ଟିରୁ 33ଲକ୍ଷ ମଞ୍ଜୁର କରି ପୁନଃ ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି। ବର୍ତମାନ ଏହି ସେତୁ ରାସ୍ତାର ବିଭିନ୍ନ ସ୍ଥାନରେ କାମ ଚାଲିଥିବାରୁ ଯାତାୟାତ ପ୍ରଭାବିତ ହେଉଛି। ନୂଆ ସେତୁ ମରାମତି ଚାଲିଥିବାବେଳେ ବ୍ରିଟିଶ ଅମଳ ତଥା ମହାରାଜ।ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଶାସନକାଳରେ ନିର୍ମିତ ଏହି ପୁରୁଣା ସେତୁ ଏବେ ଯାତାୟାତର ଭରସା ପାଲଟିଛି। ତେଣୁ ନୂଆ ସେତୁର ରକ୍ଷଣାବେକ୍ଷଣ କାମ ଶୀଘ୍ର ଶେଷ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Exit mobile version