Site icon Awaj Media

ବର୍ଷା ସତ୍ୱେ 51 ୟୁନିଟ ରକ୍ତ ସଂଗ୍ରହ : ଗ୍ରାମାଞ୍ଚଳରେ ମହିଳା ଓ ଝିଅ ମାନଙ୍କର ରକ୍ତଦାନ ପ୍ରତି ଆଗ୍ରହ ବଢିଛି !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଳକ ଅନ୍ତର୍ଗତ ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ତାଳବସ୍ତ ପରିସରରେ ବାଙ୍କୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଶ୍ରୀରାମ କମିଟି ଆୟୋଜନରେ ତୃତୀୟ ରକ୍ତଦାନ ଶିବିର ସେପ୍ଟେମ୍ବର 13 ତାରିଖ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ରକ୍ତଦାନ ଶିବିରଟି ଫ୍ରେଣ୍ଡ୍ସ ହେଲ୍ପ ଫାଉଣ୍ଡେସନ,ତାଳବସ୍ତ ୟୁଥ କ୍ଲବ,ରଘୁନାଥ କ୍ଲବ ଗୋଡିପଟଣା,ଏବଂ ସମର୍ଥ ଫାଉଣ୍ଡେସନ, ଡ଼ାଙ୍ଗିପିଟାର ସହଯୋଗରେ ଆୟୋଜିତ ହୋଇଥିଲା । ସକାଳୁ ବର୍ଷା ଲାଗି ରହିଥିଲେ ମଧ୍ୟ କଟକ ରେଡକ୍ରସ କର୍ମଚାରୀଙ୍କ ସହାୟତରେ 51 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା | ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ ବାଙ୍କୀର ଯୁବ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ | ଅନ୍ୟତମ ଅତିଥି ଭାବେ 38 ନଂବର ଜିଲ୍ଲା ପରିଷଦ ଜୋନ ସଭ୍ୟ ଆଶିଷ କୁମାର ସାହୁ, ଯୁବ ସମାଜସେବୀ ଅକ୍ଷୟ କୁମାର ବେହେରା, ସାମାଜିକ କର୍ମୀ ସୁଧାଂଶୁ ଶେଖର ନାୟକ ପ୍ରମୁଖ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ | ଗ୍ରାମାଞ୍ଚଳରେ ଏପରି ଏକ ରକ୍ତଦାନ ଶିବିର ଆୟୋଜନ ଏବଂ ମହିଳା ଝିଅ ମାନଙ୍କର ରକ୍ତଦାନ ଆଗ୍ରହକୁ ଦେଖି ମୁଖ୍ୟ ଅତିଥି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଖୁସି ହୋଇଥିଲେ | ଆୟୋଜକ ଶ୍ରୀରାମ କମିଟିର ସଭାପତି ତଥା ପ୍ରକୃତିବନ୍ଧୁ ବିଶ୍ଵରଞ୍ଜନ ସ୍ୱାଇଁ, ସଂଗ୍ରାମ ରାଜ, ପ୍ରଦ୍ୟୁମ୍ନ ପାଲ, ତ୍ରିନାଥ ପରିଡ଼ା, ଜଗବନ୍ଧୁ ସେଠୀ, ରାକେଶ ବେହେରା, ଶାନ୍ ଶୁଭ୍ରାଂଶୁ ସ୍ୱାଇଁ ଏବଂ ମିଲନ ପ୍ରଧାନଙ୍କ ସମେତ ବହୁ ସଦସ୍ୟ ଓ ସ୍ୱେଚ୍ଛାସେବୀ ଉପସ୍ଥିତ ରହି ଶିବିରକୁ ସଫଳ କରାଇଥିଲେ |

Exit mobile version