ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଳକ ପ୍ରବେଶ ରାସ୍ତାରେ ଟିକିଏ ବର୍ଷା ହେଲେ ଫୁଟେ ପାଣି ଜମି ରହୁଛି ! ବିଧାୟକ, ଅଧ୍ୟକ୍ଷ ଏବଂ ବିଡ଼ିଓଙ୍କର ନଜର ନାହିଁ | ନିଜର ଦୁଃଖ ଦୁର୍ଦଶା ଏବଂ ସମସ୍ୟା ଜଣାଇବାକୁ ଡମପଡା ବ୍ଲକର 17 ଟି ପଂଚାୟତର ଜନ ସାଧାରଣ ଯାଇଥାନ୍ତି ବ୍ଲକ କାର୍ଯ୍ୟାଳୟକୁ ! ପ୍ରଶାସନିକ କାର୍ଯ୍ୟକ୍ରମ ପାଇଁ ବାଙ୍କୀ ବିଧାୟକ, ଡମପଡା ବ୍ଳକ ଅଧ୍ୟକ୍ଷ ଏବଂ ବିଡ଼ିଓ, ବ୍ଳକ କର୍ମଚାରୀ ଆସିଥାନ୍ତି | ବ୍ଳକକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର 200 ମିଟର ପ୍ରବେଶ ପଥ ଟିକିଏ ବର୍ଷା ହେଲେ ବହୁଦିନ ଯାଏଁ ଫୁଟେ ଦିଫୁଟ ପାଣି ଜମିରହୁଛି | ସେହି ଅପରିଷ୍କାର ପାଣି ଭିତରେ ପଶି ଲୋକମାନେ ବ୍ଳକ କାର୍ଯ୍ୟାଳୟକୁ ଯାଉଛନ୍ତି | ବର୍ଷା ଦିନରେ ଜମି ରହୁଥିବା ପାଣି ନିଷ୍କାସନ ପାଇଁ କୌଣସି ସ୍ଥାୟୀ ସମାଧାନ ବର୍ଷ ବର୍ଷ ଧରି ହେଉନାହିଁ | ଦୁଲଣାପୁର ଗ୍ରାମର ସାମାଜିକ କର୍ମୀ ଦାଶରଥି ପଢ଼ିଆରୀଙ୍କ କହିବାନୁସାରେ ଏଠି ବିଡ଼ିଓ, ଅଧ୍ୟକ୍ଷ, ବିଧାୟକ ମନ୍ତ୍ରୀ ଦାମୀ ଗାଡ଼ିରେ ବ୍ଳକ କାର୍ଯ୍ୟଳୟକୁ ଯିବା ଆସିବା କରୁଛନ୍ତି ତେଣୁ ସେମାନେ ସାଧାରଣ ଲୋକଙ୍କ କଷ୍ଟକୁ ଅନୁଭବ କରି ପାରନ୍ତି ନାହିଁ | ଏ ସମ୍ପର୍କରେ ଡମପଡ଼ା ବ୍ଳକ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଂଶୁମାନ ଦାସଙ୍କ ଦୃଷ୍ଟିକୁ ନେବାରେ କହିଛନ୍ତି ଯେ ଯଥାଶୀଘ୍ର ବର୍ଷା ଜଳ ନିଷ୍କାସନ ପାଇଁ ସେଠାରେ ଡ୍ରେନେଜ କିମ୍ବା ପାଇପ ପକେଇବାର ବ୍ୟବସ୍ଥା କରାଯିବ |
ପାଣି ଘେରରେ ଡମପଡା ବ୍ଳକ ପ୍ରବେଶ ଦ୍ଵାର : ଟିକିଏ ବର୍ଷା ହେଲେ ଫୁଟେ ପାଣି ଜମି ରହୁଛି !!!

