Site icon Awaj Media

ଆମ ପରିବାର ଚକ୍ର ତରଫରୁ ନୂଆଖାଇ ପର୍ବ ପାଳନ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଆମ ପରିବାର ଚକ୍ର ତରଫରୁ ନୂଆଖାଇ ପର୍ବ ପାଳନ , ହଜି ଯାଉଥିବା ଭାଇଚାରାକୁ ସଶକ୍ତ କରି ଯୋଡିଥାଏ ନୁଆଁଖାଇ ପର୍ବ | ବାଙ୍କୀ ଡମପଡା ବ୍ଳକ ଶିମିଳିପୁର ଗ୍ରାମର ଅଗ୍ରଣୀ ଆଧ୍ୟାତ୍ମିକ ଅନୁଷ୍ଠାନ “ଆମ ପରିବାର ଚକ୍ର” ତରଫରୁ ସୋନପୁର ଜିଲ୍ଲା ବିଏମ୍‌ପୁର ଏବଂ ବାବୁପାଲି‌ ଗାଁ ରେ ପବିତ୍ର ପଶ୍ଚିମାଞ୍ଚଳ ପର୍ବ ନୁଆଁଖାଇ ପାଳନ ହୋଇଯାଇଛି | ଅନୁଷ୍ଠାନର ପ୍ରତିଷ୍ଠାତା ଆଧ୍ୟାତ୍ମିକ ଗୁରୁ କୁମାର ଅମୀୟଙ୍କ ସଭାପତିତ୍ୱରେ ବିଭିନ୍ନ ସ୍ଥାନରେ ଭ୍ରାମ୍ୟମାଣ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ! ଯେଉଁଥିରେ ନୁଆଁଖାଇ ପର୍ବର ଭାଇଚାରା ମନୋଭାବକୁ ଅଖୁର୍ଣ୍ଣ ରଖିବା ଉପରେ ମତାମତ ଦେବା ସହିତ ସାମୁହିକ ଖାଦ୍ୟ ପରିବେଷଣ , ଭାଇଚାରା ଚକ୍ର ଶପଥପାଠ, ବୃକ୍ଷରୋପଣ ଏବଂ ପିଲାମାନଙ୍କୁ ଆଧ୍ୟାତ୍ମିକ ପୁସ୍ତକସବୁ ବଣ୍ଟନ କରା ଯାଇଥିଲା | ନୁଆଁଖାଇ ସାଂସ୍କୃତିକ କାର୍ଯ୍ୟକ୍ରମରେ ବାବୁପାଲି ଗାଁର ଦୁର୍ଯ୍ୟୋଧନ କର୍ଣ୍ଣ, ଶ୍ରୀକାନ୍ତ ଦେହୁରୀ,ବାଦଲ ଦେହୁରୀ ଏବଂ ଅମୁଲି ଦେହୁରୀ‌ ଏବଂ ବି.ଏନ. ପୁର ଗ୍ରାମର ଅଜିତ୍ ପ୍ରଧାନ, ଆଲୋକ ପ୍ରଦାନ,ସୁନି ପ୍ରଧାନ,ବର୍ଷା ଦେହୁରୀ‌ ପ୍ରମୁଖ ଅତିଥି ବିଚାରକ ଭାବେ ଯୋଗ ଦେଇଥିଲେ | ଶ୍ରୀତମ୍‌ ଦେହେରୀ‌ କାର୍ଯ୍ୟକ୍ରମ ସଂଯୋଜନା କରିବା ସହିତ ଶ୍ରୀବାସ‌ ଦେହେରୀ‌ ଧନ୍ୟବାଦ ଅର୍ପଣ କରିଥିଲେ |

Exit mobile version