ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଶକ୍ତିକ୍ଷେତ୍ର ବାଣପୁରର ମା’ ଭଗବତୀ ମନ୍ଦିରରେ ଶାରଦୀୟ ପର୍ବର ପ୍ରଥମ ଉତ୍ସବ ପବିତ୍ର ଷଷ୍ଠୀ ଓଷା ର ନୀତିକାନ୍ତି ନିମନ୍ତେ ମନ୍ଦିର ପାଞ୍ଜି ଗଣକ ଖଡ଼ିରତ୍ନ ଶରତଚ଼ନ୍ଦ୍ର ନାୟକ ଲଗ୍ନସ୍ତିର କରିଛନ୍ତି । ଏହି ଅନୁସାରେ ଚ଼ଳିତ ଭାଦ୍ରବ ଶୁକ୍ଳ ଷଷ୍ଟି ୧୭-୦୯-୨୬ ରିଖ ଗୁରୁବାର ଦିବା ୧୨ଘଟିକା ୫୮ ମିନିଟରୁ ଅମୃତ ବେଳା ଆରମ୍ଭ । ଏହି ସମୟରେ ମା’ଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀ ନିଯୋଗୀ ସେବାୟତଙ୍କ ସହିତ ଥାଟ ପଟୁଆରରେ ଶ୍ରୀ ଶ୍ରୀଦକ୍ଷେଶ୍ଵର ମନ୍ଦିରରୁ ନିଜ ମନ୍ଦିରକୁ ଯାତ୍ରା କରିବେ । ଏହି ସମୟକୁ ସମଗ୍ର ବାଣପୁରବାସୀ ଗୃହୀଣିମାନେ ଘରମାନଙ୍କରେ ଥିବା ଶୀଳ ପଥର ଦେହରେ ହଳଦୀ କଉଡ଼ିରେ ମା’ ଷଷ୍ଠି ଦେବୀ ଙ୍କପ୍ରତିମା ସଂରଚ଼ନା କରି ଦୀପ ଧୂପ ଚନ୍ଦନ ସିନ୍ଦୁର ପୁଷ୍ପମାଳ ଆୟ ଅଳଙ୍କାରରେ ସଜାଇ ପରମ୍ପରାନୁସାରେ କ୍ଷିରି ଖେଚଡ଼ି ପିଠାପଣା ସହିତ ନାନାଦି ବ୍ୟଞନ ପ୍ରସ୍ତୁତ ପୂର୍ବକ ମା’ଙ୍କ ଯାତ୍ରା କାଳକୁ ଅପେକ୍ଷା କରିଥାନ୍ତି । ସ୍ଥାନୀୟ ଅଞ୍ଚଳର ପରମ୍ପରା ଅନୁସାରେ ପିତ୍ରାଳୟରୁ ବାଣପୁର ବଡ଼ ଦାଣ୍ଡରେ ମା’କାଠି ଠାକୁରାଣୀଙ୍କ ଯାତ୍ରା କାଳରେ ଘଣ୍ଟକାହାଳୀ ବାଜିବା ମାତ୍ରେ ସମସ୍ତଙ୍କ ଘରମାନଙ୍କରେ ଏକ ସମୟରେ ଶଙ୍ଖ ହୁଳହୁଳି ପଡିବା ସହିତ ଗୃହୀଣି ମାନେ ନିଜ ନିଜଘର ମାନଙ୍କରେ ଆୟୁଷର ଦେବୀ ମା ଷଷ୍ଠିଦେବୀ ଙ୍କୁ ଆବାହନ କରି ପୂଜା ବିଧି ଆରମ୍ଭ କରିବା ସହିତ ଷଠି ବ୍ରତ ଓ ଘରେ ପ୍ରସ୍ତୁତ କରିଥିବା ଖେଚଡ଼ି ଖିରୀ , ଛପିଠା, ଛ ତି ଅଣ, ଛଭଜା , ଆମ୍ବିଳ , ଶାଗ ମୁଗ ଇତ୍ୟାଦି ଆମିଷ ନିରାମିଷ ନୈବେଦ୍ୟ ଷଷ୍ଠୀଦେବୀ ସ୍ୱରୁପିଣୀ ମା’ଭଗବତୀଙ୍କୁ ଅର୍ପଣ କରି ପରିବାରର ମଙ୍ଗଳ କାମନା ସହିତ ପିଲାମାନଙ୍କର କୋଟିଆୟୁଷଭିକ୍ଷା କରନ୍ତି ଏବଂ ଘରର ସମସ୍ତେ ଏକତ୍ର ବସି ପ୍ରସାଦ ସେବନ କରନ୍ତି । ମା’କାଠି ଠାକୁରାଣୀ ମନ୍ଦିରକୁ ଯାତ୍ରା ନକରିଥିବା ସମୟରେ ଘର ମାନଙ୍କରେ କେହିବି ପୂଜା କରନ୍ତି ନାହିଁ । ବାଣପୁର ଅଞ୍ଚଳରେ ମା’ ଭଗବତୀଙ୍କ ମନ୍ଦିରକୁ ଆଧାର କରି ମନ୍ଦିରର ପର୍ବପର୍ବାଣୀ ଜାନିଯାତ୍ରା ଅନୁସାରେ ସର୍ବତ୍ର ପାଳନ କରାଯାଏ Iପଶ୍ଚିମ ଓଡ଼ିଶାର ନୁଆଁଖାଇ ଜୁହାର ପରି ବାଣପୁର ଅଞ୍ଚଳରେ ପାଳିତ ଏହି ପ୍ରଧାନପର୍ବ ରେ କନିଷ୍ଟମାନେ ବରିଷ୍ଠ ମାନଙ୍କୁ ମୁଣ୍ଡିଆ ମାରନ୍ତି ଏବଂପରିବାର ମୁଖିଆ ମାନେ ପୂଜାରେ ବ୍ୟବହୃତ ରକ୍ଷା କବଚ ଷଠି କନା କନିଷ୍ଟମାନଙ୍କ ହାତରେ ବାନ୍ଧି ବଜ୍ରମୂଳି ଗଛରେ ଛଥର ଝାଡ଼ିଦେଇ ବଜ୍ରପରି ଶକ୍ତ ନିରାମୟ ଜୀବନ ଆଶୀର୍ବାଦ କରନ୍ତି । ଶାରଦୀୟ ପର୍ବ ପ୍ରାରମ୍ଭର ଏହି ଆଦ୍ୟଉତ୍ସବ ଷଷ୍ଠି ଓଷା ରେ ଗୋଟିଏ ଦିନ ମା’କାଠି ଠାକୁରାଣୀ ଦିନ ବେଳା ନିଜ ମନ୍ଦିରକୁ ଯାତ୍ରା କରିବାର ପରମ୍ପରା କାହିଁ ଆଦିମକାଳରୁ ଚଳିଆସୁଥିବା କଥା ମନ୍ଦିର କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।
ମା’ ଭଗବତୀଙ୍କ ମନ୍ଦିରରେ ପ୍ରସିଦ୍ଧ ଷଷ୍ଠୀ ଓଷାର ଲଗ୍ନ ସ୍ଥିର : ଗୁରୁବାର ମଧ୍ୟାହ୍ନ ଅମୃତ ବେଳାରେ ମନ୍ଦିରକୁ ବିଜେ କରିବେ ମା’କାଠି ଠାକୁରାଣୀ !!!

