Site icon Awaj Media

ଖଡ଼ଗ ନଦୀରେ ଡଙ୍ଗା ବୁଡି ଭାସିଗଲେ ଶଶୁର ଓ ବୋହୁ : ନିଖୋଜ ଛଅ ଜଣ ଉଦ୍ଧାର !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସଲାଗୁଡ଼ା ପଞ୍ଚାୟତ ଦୁର୍ଗମ ଅଞ୍ଚଳ ଡାକା ଗାଁର ଖଡ଼ଗନଦୀରେ ଡ଼ଙ୍ଗା ବୁଡି ଯିବାରୁ ଶଶୁର ଓ ବୋହୁ ନିଖୋଜ ହୋଇଥିବା ବେଳେ ୬ ଜଣ ଉଦ୍ଧାର ହୋଇଥିବା ଜଣାପଡିଛି l ଘଟଣା ରୁ ପ୍ରକାଶ ଯେ, ବାପ ଘର ଡାକା ଗ୍ରାମ କୁ ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ଆସିଥିଲେ କିନ୍ତୁ ନଦୀ ଆରପାରିରେ ମାମୁଁ ଘରକୁ ଯାଇ ଅପରାହ୍ନ ସମୟରେ ଡଙ୍ଗା ସାହାଯ୍ୟରେ ୮ ଜଣ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଡଙ୍ଗାଟି ବୁଡ଼ି ଯାଇଥିଲା। ଫଳରେ ଛଅ ଜଣ ଜଣ ଉଦ୍ଧାର ହୋଇଥିବା ବେଳେ ଦୁଇ ଜଣ ପ୍ରଖର ସ୍ରୋତରେ ଭାସି ନିଖୋଜ ହୋଇଛନ୍ତି। ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମ ଯୋଗ ଦେବାକୁ ଆସି ଅଘଟଣ ଘଟିଛି ନିଖୋଜ ବୃଦ୍ଧ ସୁଡ୍ରା ପଞ୍ଚାୟତ ପଲାମି ଗାଁର ଗୁନ୍ଦନା ମଲିକ ଶଶୁର, ଆଉ ବୋହୁ ରାଇଙ୍ଗି ମଲିକ ନିଖୋଜ ଥିବା ସୂଚନା ମିଳିଛି। ଖବର ପାଇ ବାଲିଗୁଡ଼ା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ନିଖୋଜଙ୍କ କୌଣସି ସନ୍ଧାନ ମିଳି ପାରି ନାହିଁ। ବର୍ତ୍ତମାନ ଲଘୁଚାପ ବର୍ଷା ଲାଗି ରହିଥିବା ଯୋଗୁଁ ଖଡ଼ଗ ନଦୀର ଜଳସ୍ତର ବୃଦ୍ଧି ସାଙ୍ଗକୁ ସ୍ରୋତ ପ୍ରଖର ଥିବାରୁ ଏ ପର୍ଯ୍ୟନ୍ତ ଦୁଇ ନିଖୋଜଙ୍କ ଶରୀର ଉଦ୍ଧାର କରାଯାଇ ପାରିନି ତଥାପି ଅଗ୍ନିଶମ ବାହିନୀ, ପରିବାର ଓ ସମ୍ପର୍କୀୟ ଉଦ୍ଧାର ପାଇଁ ଚେଷ୍ଟା ଜାରି ରଖିଥିବା ଜଣାପଡିଛି ।

Exit mobile version