ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡ଼ମ୍ବା ନରସିଂହପୁର ଠିକାଦାର ସଂଘ ତାର ନୂତନ ଗୃହ ପ୍ରତିଷ୍ଠା ସହିତ ଦେଵ ଶିଳ୍ପୀ ବିଶ୍ୱକର୍ମାଙ୍କର ପୂଜା ବହୁ ଆଡମ୍ବର ସହିତ ପାଳିତ ହୋଇଛି ।ପ୍ରଥମେ ପୂଜକ ବିଶ୍ୱକର୍ମାଙ୍କ ର ଚକ୍ଷୁଦାନ କରି ପୂଜାର୍ଚ୍ଚନା ଆରମ୍ଭ କରିଥିଲେ । ପରେ ପରେ ହୋମ ଯଜ୍ଞାଦି କରିବା ସହ ପ୍ରଭୁ ବିଶ୍ୱକର୍ମା ଙ୍କୁ ଭୋଗ ଲାଗି କରିଥିଲେ । ଏହା ପରେ ପରେ ସଂଘ ର ପ୍ରତ୍ୟେକ ସଦସ୍ୟ ପୁଷ୍ପାଞ୍ଜଳି ଦେଇଥିଲେ । ବିଶ୍ୱକର୍ମାଙ୍କର ନୀତି କାନ୍ତି ସାରି ପୂଜା ସମାପନ ହୋଇଥିଲା । ସଭାପତି – ପ୍ରଦୀପ୍ତ କୁମାର ରାଉତ, ଉପସଭାପତି – ମନୋଜ କୁମାର ବିଶ୍ୱାଳ ଓ ହରିହର ମହାପାତ୍ର, ସମ୍ପାଦକ – ସୁଶାନ୍ତ କୁମାର ନାୟକ, କୋଷାଧକ୍ଷ – ସମୀର କୁମାର ସାମନ୍ତରାୟ ଉପସ୍ଥିତ ଥିବାବେଳେ ପରିଚାଳନା କମିଟି ର ସଦସ୍ୟ ସୁଭାଷ ଚନ୍ଦ୍ର ପଣ୍ଡା, ବିରଞ୍ଚି ସାହୁ , କେଦାର ବେହେରା , ସନ୍ଦୀପ ଇନ୍ଦ୍ରସିଂହ ପୂଜା ପରିଚାଳନା ଭାର ନେଇଥିଲେ । ଶେଷରେ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ସର୍ବ ଶେଷରେ ସୁଭାଷ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
