Site icon Awaj Media

ମୀନକେତନ ସ୍ନାତକ ମହାବିଦ୍ୟାଳୟରେ ବିବେକାନନ୍ଦ ବକ୍ତ୍ରୁତାମାଳା କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମୀନକେତନ ସ୍ନାତକ ମହାବିଦ୍ୟାଳୟ, ଗୁରାଣ୍ଡି, ଗଜପତିଠାରେ ବିବେକାନନ୍ଦ ଯୁବ ସଂସଦ, ଗଜପତି ଜିଲ୍ଲା ଶାଖା ତରଫରୁ ‘ବିବେକାନନ୍ଦ ବକୃତମାଳା’ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହିତ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟବକ୍ତା ପ୍ରାଧ୍ୟାପକ ଶ୍ରୀ ବିପ୍ଳବ ରଞ୍ଜନ ପ୍ରଧାନ, ଦକ୍ଷିଣ ସମ୍ଭାଗ ଅଧ୍ୟକ୍ଷା ଡ. କଲ୍ୟାଣୀ ମିଶ୍ର, ସମ୍ମାନିତ ଅତିଥି ତଥା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଗୋଦାବରୀ ଜେନା, କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ତିରୁପତି ପରିଚ୍ଛା, ଅଧ୍ୟାପକ ଶ୍ରୀରାମ ପ୍ରଧାନ, କବି କୁସୁମ ଗୌରବ ଶ୍ରୀ ଘନଶ୍ୟାମ ଜେନା, ଶ୍ରୀ ଅର୍ଜୁନ ଦଳାଇ, ସଦସ୍ୟ ଶ୍ରୀ ରାଜେନ୍ଦ୍ର କୁମାର ରଥ, ସଦସ୍ୟା ଶ୍ରୀମତୀ ସ୍ନିଗ୍ଧା ମିଶ୍ର, ଶିକ୍ଷା ବିଭାଗର ଅଧ୍ୟାପକ ଡ. ନାଗେଶ୍ୱର ରାଓ, ଅଧ୍ୟାପିକା ଶ୍ରୀମତୀ ମିନାକ୍ଷୀ ପାଣିଗ୍ରାହୀ ଏବଂ ଅଧ୍ୟାପକ ଶ୍ରୀ ଦୁର୍ଗା ପ୍ରସାଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ଶ୍ରୀମତୀ ସସ୍ମିତା କୁମାରୀ ଜେନା ମଞ୍ଚକୁ ଅତିଥିମାନଙ୍କୁ ଆବାହନ କରିଥିଲେ। ଡ. କଲ୍ୟାଣୀ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶ୍ରୀମତୀ ସ୍ନିଗ୍ଧା ମିଶ୍ର ସ୍ୱଦେଶୀ ମନ୍ତ୍ର ପଠନ କରାଇଥିଲେ। ଶ୍ରୀ ରାଜେନ୍ଦ୍ର କୁମାର ରଥ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ସବୁଜାୟନୀ କାର୍ଯ୍ୟକ୍ରମ ଏବଂ ଉଦ୍‌ବୋଧନୀ କାର୍ଯ୍ୟକ୍ରମ ଶିକ୍ଷା ପ୍ରଦର୍ଶକ ତଥା ବ୍ଲକ ସମ୍ପାଦକ ଶ୍ରୀ ନିର୍ମଳ ଚନ୍ଦ୍ର ଭୂୟାଁଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା । ମୁଖ୍ୟବକ୍ତା ମାନେ ସ୍ୱାମୀ ବିବେକାନନ୍ଦଙ୍କ ଶୃଙ୍ଖଳାବଦ୍ଧ ଜୀବନ, ଜ୍ଞାନ ଓ ମେଧା, ଗୁରୁ ଶ୍ରୀ ରାମକୃଷ୍ଣ ପରମହଂସଙ୍କ ସହ ତାଙ୍କର ସମ୍ପର୍କ ଏବଂ ଚିକାଗୋ ଧର୍ମ ସମ୍ମିଳନୀରେ ତାଙ୍କର ଐତିହାସିକ ଭାଷଣ ସମ୍ପର୍କରେ ଚିତ୍ତାକର୍ଷକ ଆଲୋଚନା କରିଥିଲେ। ସ୍ୱାମୀ ବିବେକାନନ୍ଦଙ୍କ ଆତ୍ମଜୀବନୀ ଓ ଆଦର୍ଶ ଆଜିର ଯୁବ ସମାଜ ତଥା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଏକ ମହାନ ଉତ୍ସ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ ।

Exit mobile version