Site icon Awaj Media

ବାଙ୍କୀ ରେ ଧୂମଧାମରେ ପାଳିତ ହୋଇଯାଇଛି ଖୁଦୁରୁକୁଣୀ ଓଷା !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଅଞ୍ଚଳରେ ଧୂମଧାମରେ ପାଳିତ ହୋଇଯାଇଛି ଖୁଦୁରୁକୁଣୀ ଓଷା ! ବାଙ୍କୀ ଚର୍ଚ୍ଚିକା ସାହି , ରଣପୁର.ଶ୍ରୀଚନ୍ଦନପୁରରେ ଝିଅ ମହିଳା ମାନେ ସକାଳୁ ସକାଳୁ ମହାନଦୀରେ ସ୍ନାନ କରି ନଦୀ କୂଳରେ ବାଲୁକା ପୂଜା କରି ଆସିବା ପରେ ମା ଭାଲୁକୁଣି ଙ୍କୁ ସୁନ୍ଦର ଭାବରେ ଫୁଲ ମାଳରେ ସାଜ ସଜା କରିଥାନ୍ତି ! ସନ୍ଧ୍ୟାରେ ମା ଭାଲୁକୁଣି ଙ୍କ ପାଖରେ ବହି ପଢା ହୋଇ ପୂଜାର୍ଚନା କରାଯାଏ ! ପୂଜା ଶେଷ ପରେ କଦଳୀ ଗଛରେ ବୋଇତ ତିଆରି କରି ସେଥିରେ ଦୁହୁରି କୁ ଝୁଣା ମାରି ପୂଜା ସମାପନ କରିଥାନ୍ତି । ଭାଦ୍ରବ ମାସର ସପ୍ତାହର ପ୍ରତି ରବିବାର ଦିନ ମା ମଙ୍ଗଳା ଙ୍କୁ ଭାଲୁକୁଣି ରୂପରେ ପୂଜା କରନ୍ତି ତରୁଣୀ ! ପୌରାଣିକ ସମୟରେ ତପୋଇ ନାମକ ଝିଅ ନିଜ ସାତ ଭାଇ ଙ୍କ ଶୁଭ ମନାସି ଏହି ପୂଜା କରିଥିବାର ଉପାଖ୍ୟାନ ରହିଛି ! ତଅପୋଇ ଙ୍କ ଭାଇମାନେ ଯେତେବେଳେ ବୋଇତ ନେଇ ବାଣିଜ୍ୟ କରିବାକୁ ଦୂର ଦେଶକୁ ଯାଆନ୍ତି ଭଲରେ ଭଲରେ ଘରକୁ ଫେରିଆସିଵା ସହ ଭାଇ ମାନଙ୍କ ଦୀର୍ଘାୟୁ କାମନା କରି ମା ମଙ୍ଗଳା ଙ୍କ ପାଖରେ ପୂଜାର୍ଚନା କରୁଥିଲେ ତଅପୋଇ ! ସେହି ପ୍ରଥା କୁ ଆଜି ପର୍ଯ୍ୟନ୍ତ ଶ୍ରଦ୍ଧାର ସହ ପାଳନ କରୁଛନ୍ତି ମହିଳା ।

Exit mobile version