Site icon Awaj Media

ଦୁଲଣାପୁରରେ ଭୂମିପୂଜନ : ବିକାଶର ଆଉ ଏକ ପଦକ୍ଷେପ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡ଼ା ବ୍ଲକ ଅନ୍ତର୍ଗତ ଦୁଲଣାପୁର ପଞ୍ଚାୟତରେ ବାବା ବାଲୁଙ୍କେଶ୍ୱରଙ୍କ ରୋଷଘର ଏବଂ ମା’ ବାଉତୀ ମନ୍ଦିର କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ପବିତ୍ର ଭୂମିପୂଜନ ଅନୁଷ୍ଠିତ ହୋଇଛି। ଏହି ଅବସରରେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀ ଯୋଗଦେଇ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭରେ ସାମିଲ ହୋଇଥିଲେ ।

ସ୍ଥାନୀୟ ଧାର୍ମିକ ଓ ସାମାଜିକ ଭିତ୍ତିଭୂମିର ବିକାଶ ଦିଗରେ ଏହି ଭୂମିପୂଜନ ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ କରିଛି। କାର୍ଯ୍ୟକ୍ରମରେ ବାଲୁଙ୍କେଶ୍ୱର କମିଟି ସଭାପତି ଗଗନ ମହାପାତ୍ର, ମା ବାଉତି କମିଟି ସଭାପତି ଶିବବ୍ରତ ଜେନା, ତପନ କୁମାର ମହାପାତ୍ର, କଟକ ଜିଲ୍ଲା କୃଷକ ମୋର୍ଚା ସାଧାରଣ ସମ୍ପାଦକ ବିନୋଦ ଦାସ, କୃଷକ ମୋର୍ଚା ମଣ୍ଡଳ ସଭାପତି ସମୀର ପ୍ରଧାନ, ଦୁଲଣା ପୁର ପଂଚାୟତ ର ବରିଷ୍ଠ ବ୍ୟକ୍ତି ଜୟାନନ୍ଦ ବିଶ୍ୱାଳ,ଦୁର୍ୟୋଧନ ନାୟକ ତାଳବସ୍ତ ସମିତି ସଭ୍ୟା ଙ୍କ ପ୍ରତିନିଧି ରାଜକିଶୋର ମହାନ୍ତି, ବୁଥ ସଭାପତି ଚକ୍ରଧର ଜେନା, ପଂଚାୟତ ପ୍ରମୁଖ ସୁରେନ୍ଦ୍ର ପଢ଼ିଆରୀ, ପ୍ରଦୀପ୍ତ ନାୟକ, ଦିଲୀପ ନାୟକ ନିବାସ ନାୟକ, ବୈରାମ ନାଏକ, ସମେତ ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।

Exit mobile version