Site icon Awaj Media

କପିଳପ୍ରସାଦ ଚମ୍ପତ୍ତି ସାହିରେ ଆନନ୍ଦ ଉଲ୍ଲାସର ସହ ଖୁଦୁରୁକୁଣୀ ମହୋତ୍ସବ ଉଦ୍‌ଯାପିତ !!!

Spread the love

ଏକାମ୍ର ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଭାଦ୍ରବ ମାସର ସପ୍ତାହର ପ୍ରତି ରବିବାର ଦିନ ମା ମଙ୍ଗଳା ଙ୍କୁ ଭାଲୁକୁଣି ରୂପରେ ପୂଜା କରନ୍ତି ତରୁଣୀ ଓ ମହିଳା ! ସକାଳୁ ସକାଳୁ ସ୍ନାନ କରି ମା ଭାଲୁକୁଣି ଙ୍କୁ ସୁନ୍ଦର ଭାବରେ ଫୁଲ ମାଳରେ ସାଜ ସଜା କରିଥାନ୍ତି ! ସନ୍ଧ୍ୟାରେ ମା ଭାଲୁକୁଣି ଙ୍କ ପାଖରେ ବହି ପଢା ହୋଇ ପୂଜା ଅର୍ଚନା କରାଯାଏ , ପୂଜା ଶେଷ ପରେ କଦଳୀ ଗଛରେ ବୋଇତ ତିଆରି କରି ସେଥିରେ ଦୁହୁରି କୁ ଝୁଣା ମାରି ପୂଜା ସମାପନ କରିଥାନ୍ତି ! ପୁରୁଣା ଭୁବନେଶ୍ୱର କପିଳ ପ୍ରସାଦ ଚମ୍ପତ୍ତି ସାହିରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି ଖୁଦୁରୁକୁଣୀ ମହୋତ୍ସବ ! ସାହିର ସମସ୍ତ ଝିଅ , ମହିଳା ଏପରିକି ବିବାହ କରି ଅନ୍ୟ ଗାଁ କୁ ଯାଇଥିବା ମହିଳା ମାନେ ମଧ୍ୟ ଆସି ପୂଜାରେ ସାମିଲ ହୋଇଥିଲେ ! ତଅପୋଇ ନାମକ ଝିଅ ନିଜ ସାତ ଭାଇ ଯେତେବେଳେ ବୋଇତ ନେଇ ବାଣିଜ୍ୟ କରିବାକୁ ଦୂର ଦେଶକୁ ଯାଆନ୍ତି , ଭଲରେ ଭଲରେ ଘରକୁ ଫେରିଆସିଵା ସହ ଭାଇ ମାନଙ୍କ ଦୀର୍ଘାୟୁ କାମନା କରି ମା ମଙ୍ଗଳା ଙ୍କ ପାଖରେ ପୂଜା ଅର୍ଚନା କରିଥିଲା ! ତାର ନିଷ୍ଠାପର ପୂଜା ସମର୍ପଣ ଭାବନା ରେ ମା ପ୍ରସନ୍ନ ହୋଇଥିଲେ ! ମା ଙ୍କ କୃପା ଲାଭ କରିଥିଲା ତଅପୋଇ , ତେଣୁ ସେହି ପ୍ରଥା କୁ ଆଜି ପର୍ଯ୍ୟନ୍ତ ଶ୍ରଦ୍ଧାର ସହ ପାଳନ କରୁଛନ୍ତି ବୋଲି ମହିଳା ମାନେ କହିଛନ୍ତି ।

ମାସର ସବୁ ପାଳି ପୂଜା ପରେ ଖୁସି ପରିବେଶ ମଧ୍ୟରେ ଖୁଦୁରୁକୁଣୀ ଓଷା ଉଦ୍‌ଯାପିତ ହୋଇଛି । ଚମ୍ପତ୍ତି ସାହିରେ ପ୍ରତ୍ୟେକ ରବିବାର ଦିନ ଆୟୋଜିତ ହେଉଥିବା ଏହି ଓଷା ଚାରି ପାଳି ପୂଜା ପରେ ଉଦଯାପିତ ହୋଇଛି l ଏହି ଅବସରରେ ଓଷାଧାରୀ ମହିଳା ଓ ଯୁବତୀ ମାନେ ପାରମ୍ପରିକ ରୀତିନୀତି ଅନୁସାରେ ମା’ ଖୁଦୁରୁକୁଣୀଙ୍କ ପୂଜାର୍ଚ୍ଚନା କରିଥିଲେ । ସକାଳୁ ପୂଜା ମଣ୍ଡପରେ ଭକ୍ତଙ୍କ ସମାଗମ ଲାଗି ରହିଥିବା ବେଳେ ମା’ଙ୍କ ନିକଟରେ ବିଭିନ୍ନ ପ୍ରକାର ଫଳମୂଳ ଓ ପୂଜା ସାମଗ୍ରୀ ଅର୍ପଣ କରାଯାଇଥିଲା । ସନ୍ଧ୍ୟାରେ ପାରମ୍ପରିକ ପୂଜାବିଧି ସମ୍ପନ୍ନ ପରେ ମା’ଙ୍କୁ ବିସର୍ଜନ କରାଯାଇଥିଲା । ଢୋଲ, ମହୁରୀ ଓ ବାଦ୍ୟଯନ୍ତ୍ରର ତାଳେ ଶୋଭାଯାତ୍ରା ବାହାରିବା ସହ ଭକ୍ତମାନେ ନାଚଗୀତରେ ମସଗୁଲ ହୋଇଥିଲେ । ପରସ୍ପର ମଧ୍ୟରେ ସ୍ନେହ ସମ୍ପର୍କ ଓ ସାମାଜିକ ସଦ୍‌ଭାବର ବାର୍ତ୍ତା ଦେଇ ଉତ୍ସବର ସମାପନ ହୋଇଥିଲା । ସମଗ୍ର ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା ।

 

 

 

 

Exit mobile version