Site icon Awaj Media

ସିରେଇ ଗ୍ରାମପଞ୍ଚାୟତରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର !!!

Spread the love

କଣାସ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ସିରେଇ ଗ୍ରାମପଞ୍ଚାୟତର ସରକାରୀ ସଂଯୁକ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶିରେଇ ଗ୍ରାମ ପଞ୍ଚାୟତ ଏବଂ ଜନମଙ୍ଗଳ କ୍ଲବ, କଣାସଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି ଏକ ବିଶାଳ ମାଗଣା ହୃଦରୋଗ ପରୀକ୍ଷା ଶିବିର । ଭୁବନେଶ୍ୱର ଏମ୍ସରୁ ଆସିଥିବା ଷାଠିଏ ଜଣ ଅଭିଜ୍ଞ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ପାଞ୍ଚଶହରୁ ଊର୍ଦ୍ଧ୍ୱ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟପରୀକ୍ଷା କରାଯାଇଥିଲା । ଯେଉଁମାନଙ୍କୁ ଅର୍ଥ ଅଭାବ କିମ୍ବା ପରିବାରର ସହଯୋଗ ମିଳୁନାହିଁ ସେମାନେ ପାଇଁ ଏହା ବେଶ ଲାଭଦାୟକ ହୋଇଥିଲା l ଅଞ୍ଚଳ ବାସୀ ନିଜ ନିଜର ପରୀକ୍ଷା ନିମନ୍ତେ ଇକୋ, ଇସିଜି, ରକ୍ତ ଚାପ, ଓଜନ ଏବଂ ରକ୍ତ ପରୀକ୍ଷା ଆଦି କରିଥିଲେ l ସେବା କାର୍ଯ୍ୟ ଶେଷରେ ଜନମଙ୍ଗଳ କ୍ଲବର ସଭାପତି ସୁକାନ୍ତ ସାମନ୍ତରାୟ, ସରପଞ୍ଚଙ୍କ ପ୍ରତିନିଧି ଏବଂ ଆୟୋଜକ ବାଳକୃଷ୍ଣ ସାହା, ସୁଶାନ୍ତ କୁମାର ମିଶ୍ର, ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ପେଣ୍ଠୋଇଙ୍କ ଉପସ୍ଥିତିରେ ଡାକ୍ତରମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ସ୍ଥାନୀୟ ଅଞ୍ଚଳ ବାସୀଙ୍କ ସହଯୋଗ ଏବଂ ସ୍କାଉଟ ଗାଇଡ ପିଲାଙ୍କ ସହଯୋଗକୁ ଧନ୍ୟବାଦ ଜଣାଇ, ଏମ୍ସ ହାର୍ଟ ଡିପାର୍ଟମେଣ୍ଟର ଏଚଓଡି ଡକ୍ଟର ରାମଚନ୍ଦ୍ର ବାରିକ, ଚିହ୍ନିତ ହୃଦରୋଗୀଙ୍କୁ ପରବର୍ତ୍ତୀ ମୁହୂର୍ତ୍ତରେ ଏମ୍ସରୁ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ।

Exit mobile version