Site icon Awaj Media

ଗାଈ ଗୋରଙ୍କୁ ଅକଥନୀୟ ଅତ୍ୟାଚାର : ତାଳବସ୍ତ ଗ୍ରାମ ପଂଚାୟତର ସାମନ୍ତରାପୁର ଗ୍ରାମ ର ଦୃଶ୍ୟ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଗାଈ ଗୋରଙ୍କୁ ଅକଥନୀୟ ଅତ୍ୟାଚାର , ତାଳବସ୍ତ ଗ୍ରାମ ପଂଚାୟତର ସାମନ୍ତରାପୁର ଗ୍ରାମରେ ସାମନାକୁ ଆସିଛି ଏମିତି ଦୃଶ୍ୟ ! ଲୋକ ଭୁଲିଗଲେଣି ମାନବିକତା | ଗୋ ପ୍ରେମୀ ଏବଂ ବଜରଙ୍ଗଦଳ ବାଲାଙ୍କ ମୁଁହ ଚୁପ | ଫଟୋରେ ଥିବା ଦୃଶ୍ୟ ହେଉଛି ଡ଼ମପଡା ବ୍ଳକ ଅନ୍ତର୍ଗତ ତାଳବସ୍ତ ଗ୍ରାମ ପଂଚାୟତର ସାମନ୍ତରାପୁର ଗ୍ରାମର ଦୃଶ୍ୟ | ଖବର ନବାରୁ ଜଣା ପଡିଛି ଯେ ଗାଁ ଲୋକ ଏକାଠି ହୋଇ ଘର ପିଛା 100/- ଟଙ୍କା ଆଦାୟ କରି ଗାଁ ଶେଷ ମୁଣ୍ଡରେ ଥିବା ମହାଦେବ ମନ୍ଦିର ପାଖରେ ବାଉଁଶ ବାରିକେଟ କରି ପ୍ରାୟ 30 ରୁ ଅଧିକ ଗାଈ,ଷଣ୍ଢଙ୍କୁ 5 ଦିନ ହେବ ଗୋଟିଏ ସ୍ଥାନରେ ବାନ୍ଧିକି ରହିଛନ୍ତି | ଲଗାଣ ଲଘୁଚାପ ବର୍ଷାର ପାଣି କାଦୁଅ ଭିତରେ ଗୋମାତା ମାନେ ଅଖିଆ ଅପିଆ ଶୋଇଛନ୍ତି |ଘାସ କି ପାଳ ମୁଠେ ଖାଇବାକୁ ଦିଆ ଯାଉନାହିଁ କି ସେମାନଙ୍କ ଉପରେ ପାଲ ଘୋଡା ଯାଇନାହିଁ | ଗାଁ ର ବୁଦ୍ଧିଯିବି ସମାଜସେବା ଏବଂ ଶିକ୍ଷାବିତ ସମସ୍ତେ ଅନ୍ଧ ମୁକ ବଧିର ହୋଇଛନ୍ତି ଏପରି ଏକ ସମ୍ବେଦନଶୀଳ ଘଟଣା ଦେଖିଲା ପରେ ମଧ୍ୟ | ପ୍ରକୃତି ପ୍ରେମୀ ଶିକ୍ଷବିତ ମମତା ଜେନା କୁହନ୍ତି ଯେ,ଏ ଅଂଚଳରେ କଣ କେହି ଗୋ ପ୍ରେମୀ ନାହାନ୍ତି | ଗାଈ ଧାନ ଖାଉଥିବା କଥା କହି ଆଇନକୁ ହାତକୁ ନେବାକୁ ଗ୍ରାମ ବାସୀର ଚାଷୀମାନଙ୍କୁ କିଏ ଅନୁମତି ଦେଲା | ଗାଁ ଗଣ୍ଡା ରେ ପ୍ରବଳ ରାଜନୀତି କରୁଥିବା ଲୋକମାନେ ବ୍ଳକ ପ୍ରଶାସନକୁ କହି ଗୋଟେ ଚାଷୀ ବହୁଳ ଗ୍ରାମରେ ଏ ପର୍ଯ୍ୟନ୍ତ ନିଜ ଗ୍ରାମରେ ଗୋଟିଏ କଂସେଇଖାନା କରିନ ପାରିଵା ଆଶ୍ଚର୍ଯ୍ୟ ଚକିତ କରୁଛି | ଏହି ଗାଁ ରେ ପୌରାଣିକ ଖରାର ଚଣ୍ଡୀ ମନ୍ଦିର ରହିଛି | ଇଂରେଜ ଅମଳର ସ୍ବର୍ଗତ ସ୍ୱାଧୀନତା ସଂଗ୍ରାମୀ ବାନାମ୍ବର ପାତ୍ରଙ୍କର ଘର ରହିଅଛି | ଏହି ଗ୍ରାମର ଦମପଡା ବ୍ଳକ କୁ ଅଧ୍ୟକ୍ଷ ଭାବେ ପୂର୍ବରୁ ଦାୟିତ୍ୱ ନିଭେଇଥିବା ସୂର୍ଯ୍ୟ ନାରାୟଣ ପାତ୍ର କୁହନ୍ତି ଯେ ମୁଁ ବାହାରେ ଅଛି |ଗାଁ କୁ ଗଲେ କଂସେଇଖାନା ନିର୍ମାଣ ପାଇଁ ବିଧାୟକଙ୍କ ସହିତ କଥା ହେବି | ତାଳବସ୍ତ ଗ୍ରାମ ପଂଚାୟତର ସରପଞ୍ଚ ପ୍ରତିନିଧି ଆଲୋକ ସାହୁ ଏବଂ ସମିଟସଭ୍ୟ ପାର୍ଥୀ ରାଜ କିଶୋରୀ ସାହୁ ଏହା ଉପରେ କୌଣସି ମତାମତ ଦେଇନାହାନ୍ତି | ଗାଈ ଗୋରୁ ମଲେ କେତେ ହଜିଲେ କେତେ ସେମାନଙ୍କର କୌଣସି ମାନବିକତା ଏଥିପ୍ରତି ନାହିଁ | ଗାଁ ର ଚାଷୀ ମାନଙ୍କ ପାଇଁ ଧାନ ପରିବା ବିଲ ସୁରକ୍ଷା ପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ସବୁଆଡେ ସୋଲାର ବାଡ଼ ବ୍ୟବସ୍ଥା ହେଲାଣି ବୋଲି ପ୍ରକୃତିବନ୍ଧୁ ଅକ୍ଷୟ କୁମାର ସାମଲ କୁହନ୍ତି | ବ୍ଳକ ପ୍ରଶାସନ ମୁଖ୍ୟ ତହସିଲଦାର ବୈଶାଖୀ ଲେଙ୍କା ଏପରି ଏକ ସମ୍ବେଦନଶିଳ ଘଟଣା ଉପରେ କୌଣସି ମତାମତ ରଖି ନାହାନ୍ତି |ବ୍ଳକ ବିଡ଼ିଓ ଅଂଶୁମାନ ଦାସ ଶୁଣିଲା ପରେ ସେଠାକାର ଜନ ପ୍ରତିନିଧି ଏବଂ ତାଳବସ୍ତ ଫାଣ୍ଡିଙ୍କୁ କହିଛନ୍ତି ଗାଈ ଷଣ୍ଢଙ୍କୁ ସେହି ସ୍ଥାନରୁ ମୁକ୍ତ କରିବା ପାଇଁ |ତାଳବସ୍ତ ଗ୍ରାମରେ ଯେପରି ଏକ କଂସେଇଖାନା ରହିଛି ସେହିପରି ପଦନପୁର ସାମନ୍ତରାପୁର ଗ୍ରାମରେ ଏଇ ନିକଟରେ ନୂତନ କଂସେଇଖାନା ତିଆରି ପାଇଁ ବନ୍ଦୋବସ୍ତ କରାଯିବ

Exit mobile version