କଟକ ( ଆୱାଜ ମିଡ଼ିଆ ) – ପ୍ରଦୀପ ରାଜ : କଟକ କେ ଏମ ସି ରେ ଏବେ ଦେଖିବାକୁ ମିଳିଛି ମହା ଘୋଟଲା , ବିଜେଡି ର ଛତ୍ରଛାୟା ତଳେ ଲୁଚି ରହିଥିଲା ମହା ଘୋଟଲା ର ବିଭିଷିକା 27 ବର୍ଷ ଶାସନ ସମୟରେ l ଏବେ ବିଜେପି ଶାସନ କାଳରେ ଧରା ପଡ଼ୁଛନ୍ତି ଗୋଟେ ପରେ ଗୋଟେ ଖଳ ନାୟକ ବାବୁ l ମୁଖ୍ୟମନ୍ତ୍ରୀ,ନଗର ଉନ୍ନୟନ ବିଭାଗ ଏବଂ ଅର୍ଥ ବିଭାଗ ର ନିର୍ଦ୍ଦେଶନାମା, କେ ଏମ୍ ସି ର ଅଳିଆଗଦାରେ । ୧/୧୧/୨୦୨୧ ତାରିଖ ରେ ପୌର ପ୍ରଶାସକ ମନା କଲାପରେ ମଧ୍ୟ ୨୦୦୦ ଲୋକଙ୍କୁ କେଏମ୍ ସି ରେ ରାତି ଅଧିଆ ନିଯୁକ୍ତି ଦିଆଯାଇଛି ଏହା କେଉଁ ନିୟମରେ ? ପମ୍ପ ଡ୍ରାଇଭର ମାନଙ୍କୁ ରାତି ଅଧିଆ ହଜାର ହଜାର ଲିଟର ତେଲ ବେଆଇନ ଭାବେ ଇସୁ ଚାଲିଛି ! ଦରମା ପାଉଛନ୍ତି ୧୦ ହଜାର କିନ୍ତୁ ବାବୁ ମାନେ ୫୦ କୋଟି ଟଙ୍କାର ମାଲିକ,ଟଙ୍କା ଆସିଲା କେଉଁଠୁ ? ଆଉଟ୍ ସେlର୍ସିଙ୍ଗ ମାଧ୍ୟମରେ ଯେଉଁମାନେ ୧୨,୦୦୦ ଟଙ୍କା ଦରମା ପାଉଥିଲେ ତାଙ୍କର ରାତି ଅଧିଆ ଦରମା ଦେଢ ଲକ୍ଷ ଏବଂ ଲକ୍ଷେ ଦଶହଜାର କେମିତି ହେଲା ତାହା ତଦନ୍ତ ସାପେକ୍ଷ । କେ ଏମ୍ ସି ର ଅଭିଯୋଗ ପ୍ରକୋଷ୍ଠ ଏକ ପ୍ରହସନ ପାଲିଟିଛି, କାରଣ ବସ୍ତି ବାସିନ୍ଦା ମାନଙ୍କୁ ଉଛେଦ ସମୟରେ ଦିଆ ଯାଇଥିବା ଏକ ଲିଖିତ ଟୁକନ ପରବର୍ତ୍ତୀ ସମୟରେ ବଦଳି ଯାଇଥିଲା ଟୁକନ ର ମୂଲ୍ୟ , ତାହା ପୁଣି କିଛି ଉଚ୍ଚ ସ୍ତର ଏବଂ କିଛି ଦଲାଲ ଙ୍କ କଥାରେ ! ଏହାର କାରଣ ଟୁକନ ମିଳି ଥିବା ବ୍ୟକ୍ତି କୁ ଘର ମିଳି ନଥିଲା କିନ୍ତୁ ବସ୍ତି ବାସିନ୍ଦାରେ ଗଣତି ହୋଇ ସ୍ୱୀକୃତି ପାଇ ନଥିବା ବ୍ୟକ୍ତି ଙ୍କୁ ବିପୁଳ ଅର୍ଥ ନେଇ ଘର ଦିଆଯିବା କଥା ହେଉ କିମ୍ବା ଚିହ୍ନଟ ହୋଇଥିବା ବ୍ୟକ୍ତି ଙ୍କୁ କୂପନ ମିଳିଥିଲେ ମଧ୍ୟ ସେମାନଙ୍କ ଠାରୁ ଦଶ ହଜାରୁ କୋଡିଏ ହଜାର ଟଙ୍କା ନେଇ ମଧ୍ୟ ଘର ଫ୍ଲାଟ କିମ୍ବା ଜାଗା ର ନା ଗନ୍ଧ ମିଳିଲା ନାହିଁ l ଏହାର ଉତ୍ତର ପାଇଁ ଏବଂ ଲୋକଙ୍କୁ କିପରି ନ୍ୟାୟ ମିଳିବ ସେଥିପାଇଁ ଏବେ ଅଣ୍ଟା ଭିଡିଛନ୍ତି ସିଡ଼ିଏ ରେ ରହୁଥିବା ବ୍ୟକ୍ତି ଦିଲ୍ଲୀପ ପରିଜା ମହାଶୟ l ସରକାର ଙ୍କୁ ନିବେଦନ କରିଛନ୍ତି ସେଇ ସବୁ ମାମଲାର ସଠିକ ଉତ୍ତର ମିଳିବା ଦରକାର ପ୍ରଥମ ତ ନମ୍ବର ୱ୍ୱାନରେ ୱାଇ ରାମୁଡୁ ର ନୟାଗଡ ବଦଳୀ , ନମ୍ୱର ୨ ରେ ବିଭୂତି ରାୟଙ୍କୁ ଲାଇସେନ୍ସ ବିଭାଗରୁ ଅନ୍ୟ ବିଭାଗକୁ ବଦଳି ଏବଂ ପ୍ରତିଷ୍ଠାନ ବିଭାଗକୁ ଜଣେ ନୂଆ ଅଧିକାରୀଙ୍କୁ ଦାୟିତ୍ଵ ! ଯଦି ସମସ୍ତ କାର୍ଯ୍ୟକାରୀ କରା ନଯାଏ ତେବେ ଏକ ପ୍ରେସ୍ କନ୍ଫରେନ୍ସ ମାଧ୍ୟମରେ ପୂର୍ବତନ କମିଶନର ଅନାମ ଚ଼ରଣ ପାତ୍ରଙ୍କ କାର୍ଯ୍ୟକାଳ ସମୟରୁ ଏପର୍ଯ୍ୟନ୍ତ ଯେଉଁ କୋଟି କୋଟି ଟଙ୍କା ହରିଲୁଟ ହୋଇଛି ତାର ଖୁଲାସା ହେବ ବୋଲି କହିଛନ୍ତି l ଯଦି ଏହା ସାତ ଦିନ ଭିତରେ ନମିଳିଲା ତାହାଲେ କ୍ରାଇମ ବ୍ରାଞ୍ଚ ଏବଂ ସିବି ଆଇ କୁ ସମସ୍ତ ପ୍ରମାଣ ଦିଆଯିବ ଏବଂ ଆଗାମୀ ଦିନରେ ତୀବ୍ର ଆନ୍ଦଳନ ହେବ ବୋଲି ସୂଚନା ଦେଇଛନ୍ତି । କିନ୍ତୁ ଏବେ ଏହା ସାଧାରଣ ରେ ଆଲୋଚନାର ବିଷୟ ପାଲଟିଛି l
କେ ଏମ୍ ସି ରେ ମହା ଘୋଟାଲା : ବିଜେଡି ର ଛତ୍ର ଛାୟା ତଳେ ଲୁଚି ରହିଛି କେଳେଙ୍କାରୀ !!!

