Site icon Awaj Media

୧୭ ଦିନରେ ପହଁଚିଲା ଓଡ଼ିଶା ରାଜ୍ୟ ଯୋଗାଣ ସହାୟକ ସଂଘ ର ଧାରଣା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ୧୭ ଦିନରେ ପହଁଚିଲା ଓଡ଼ିଶା ରାଜ୍ୟ ଯୋଗାଣ ସହାୟକ ସଂଘ ର ଧାରଣା ! ରାଜଧାନୀ ଲୋୟର ପିଏମଜି ରେ ଓଡ଼ିଶା ରାଜ୍ୟ ଯୋଗାଣ ସହାୟକର ସଂଘ ୧୭ ଦିନରେ ଧାରଣା ପହଞ୍ଚିଛି ! ବିଧାନସଭା ର ଆଜି ଦିତୀୟ ଦିବସ ଅଧିବେଶନ ଚାଲୁଥିବା ବେଳେ , ସୁନ୍ଦରଗଡ଼ ଜିଲ୍ଲା ଓ ସୁବର୍ଣ୍ଣପୁର ଜିଲ୍ଲା ର ସମସ୍ତ ଯୋଗାଣ ସହାୟକ ମାନେ ଧାରଣାସ୍ଥଳରେ ପହଞ୍ଚିଥିଲେ । ସୁନ୍ଦରଗଡ଼ ର ଜିଲ୍ଲା ସଭାପତି ଗୋବିନ୍ଦ ଚନ୍ଦ୍ର ବେହେରା ଓ ସୁବର୍ଣ୍ଣପୁର ଜିଲ୍ଲା ର ସଭାପତି ଗଣେଶ୍ଵର ସାହୁଙ୍କ ସମେତ ଅନେକ ଯୋଗାଣ ସହାୟକ ଆସି ସରକାର ଙ୍କୁ ଚେତାବନୀ ଦେଇଛନ୍ତି ! ସରକାର ଶୀଘ୍ର ସେମାନଙ୍କ ଦାବୀ ଶୁଣନ୍ତୁ , କେତେ ଦିନ ଆଉ ନଖାଇ ନପିଇ , ପରିବାର ଛାଡି ରାଜରାସ୍ତାରେ ପଡିରହିବେ ବୋଲି ଗଣମାଧ୍ୟମ ଜରୀଆରେ ସରକାରଙ୍କୁ କହିଛନ୍ତି !

Exit mobile version