ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଦୁଇବନ୍ଧୁ ତନ୍ମୟ କୁମାର ବେହେରା ଓ ସ୍ମୃତିରାଜ ନାୟକଙ୍କର ଏକ ନିଆରା ଜନ କଲ୍ୟାଣମୂଳକ କାର୍ଯ୍ୟକ୍ରମକୁ ବାଙ୍କୀ ବୁଦ୍ଧିଜୀବୀ ଢେର ପ୍ରଶଂସା କରିଛନ୍ତି | ସାମାଜିକ ଗଣମାଧ୍ୟମରେ ଝିଅପାଇଁ ବ୍ୟାକୁଳତା ଭରା ଦୁଖଃଦ ନିବେଦନ ବାର୍ତ୍ତା ମୋବାଇଲରୁ ମୋବାଇଲିକୁ କିଛିଦିନ ହେବ ଘୁରି ବୁଲୁଛି |ଘଟଣାଟି ଯାଜପୁର ଜିଲ୍ଲା ଅରେଇକଣା ଗ୍ରାମର ଦମ୍ପତି ମୁକେଶ ଚନ୍ଦ୍ର ରାୟ ଏବଂ ବର୍ଷାରାଣୀ ଜେନାଙ୍କ 17 ମାସର ଝିଅ ତ୍ରିଶିକାଙ୍କ ଦେହ ଖରାପର ଘଟଣା ଅଟେ | ଏତେ ଛୋଟ ଝିଅ କୁ ବିରଳ ରୋଗ ଏସ ଏମ ଏ ଟାଇପ 2 ( SMA type 2 ) ମାସକ ତଳେ ହୋଇଥିଲା | ଝିଅଟି ବର୍ତ୍ତମାନ କଟକର ସରକାରୀ ବଡ଼ ମେଡିକାଲରେ ଚିକିତ୍ସା ହେଉଛନ୍ତି | ନିଶ୍ୱାସ ନେବାରେ କଷ୍ଟ ସାଙ୍ଗକୁ ପ୍ରତି ମୁହୂର୍ତ୍ତରେ ବାନ୍ତି ହେଉଥିବା ତ୍ରିଶିକାଙ୍କ ବାପା ମାଆଙ୍କୁ ଡାକ୍ତର କହିଛନ୍ତି 6 ମାସ ଭିତରେ 16 କୋଟି ମୂଲ୍ୟର ଏକ ଇଞ୍ଜେକ୍ସନ (ଜୋଲଜିମା )ଦେବାକୁ ହେବ | ତେଣୁ ଉଭୟ ଦମ୍ପତି ପୁରୀ ଯାଇ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ଝିଅକୁ ବାଇଶି ପାହାଚରେ ଗଡ଼ାଇ, ଜୀବନ ବଞ୍ଚାଇ ଦେବାକୁ ଆକୁଳ ପାର୍ଥନା କରିଛନ୍ତି | ଓଡିଶା ସରକାରଙ୍କୁ ମଧ୍ୟ ଆର୍ଥିକ ସହାୟତା ପାଇଁ ନିବେଦନ କରିଛନ୍ତି | ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ବଦାନ୍ୟ ବ୍ୟକ୍ତି ବିଶେଷ ତ୍ରିଶିକାଙ୍କୁ ନିଜ ସକ୍ଷମ ମୁତାବକ ସହଯୋଗ ରାଶି ପଠାଉଛନ୍ତି | ଆଜିକା ଦିନରେ 25 ଲକ୍ଷ ଟଙ୍କା ଧାର ଉଧାର କରି ଏହି ଦମ୍ପତି ନିଜ ଝିଅକୁ ସୁସ୍ଥ କରିବା ପାଇଁ ଖର୍ଚ୍ଚ କରି ସାରିଲେଣି | ତ୍ରିଶିକାଙ୍କ ଜୀବନ ରକ୍ଷା ପାଇଁ ବାଙ୍କୀର ଏହି ଦୁଇ ଯୁବବନ୍ଧୁ ସୋସିଆଲ ମିଡିଆରେ ତ୍ରିଶିକାଙ୍କ ସ୍କାନର ଦେଇ ସହଯୋଗ ଭିକ୍ଷା କରୁଛନ୍ତି | ଆସନ୍ତା ସୋମବାର 28 ତାରିଖ ଦିନ ବାଙ୍କୀ ମହାବିଦ୍ୟାଳୟ ସମ୍ମୁଖରେ ଏକ ତ୍ରିଶିକାଙ୍କ ପରିବାରକୁ ନିମନ୍ତ୍ରଣ କରି ବାଙ୍କୀ ଅଂଚଳରୁ ଏକ ମେଗା ସହଯୋଗ ରାଶି ସଂଗ୍ରହ କରିବା ପାଇଁ ଅଣ୍ଟା ଭିଡିଛନ୍ତି |
ଓଡିଶାବାସୀ ମୋତେ ବଂଚେଇ ଦିଅ !!!

