Site icon Awaj Media

ପାଇକମାଳ ରେ ଘଡ ଘଡି ବିଜୁଳି ବର୍ଷା ସହ ମାରୁଛି ପବନ : ପାଞ୍ଚ ଦିନ ହେଲା ବିଦ୍ୟୁତ ସରବରାହ ଖେଳୁଛି ଲୁଚ କାଲି ଖେଳ !!!

Spread the love

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ବରଗଡ ଜିଲ୍ଲା ପାଇକମାଳ ବ୍ଲକ ରେ ଗତ ପାଞ୍ଚ ଦିନ ହେଲା ବର୍ଷା ଲାଗିରହିଛି। ଘଡ ଘଡି ସହ ମାରୁଛି ବିଜୁଳି। ପ୍ରବଳ ବେଗରେ ବହୁଛି ପବନ। ରାସ୍ତା, ଘାଟରେ ଭାଙ୍ଗି ପଡୁଛି ବିରାଟ ବିରାଟ ଗଛ। ବିଦ୍ୟୁତ ସରବରାହ ଦେଉଛି ସବୁଠୁଁ ବେଶୀ ଦୁଃଖ ସବୁଦିନ। ଘଣ୍ଟା ଘଣ୍ଟାଧରି ରାତି ରେ ଦିନରେ ଅନାଇ ବସିଛନ୍ତି ଲୋକେ ଲାଇଟ କେତେବେଳେ ଆସିବ ବୋଲି। ଲାଇଟ ଆସିଗଲେ ଲୋକେ ବହୁତ ଖୁସି, କିଛିସମୟ ପରେ ପୁଣି ଅନ୍ଧାର। ବିଭାଗୀୟ କର୍ମଚାରୀଙ୍କୁ ପଚାରିଲେ ଉତ୍ତର ମିଳୁଛି ଲାଇନ ଉପରେ ଗଛ ପଡିଛି। କେତେବେଳେ କର୍ମଚାରୀଙ୍କ ମୋବାଇଲ ସୁଇଚ ବନ୍ଦ,ତ କେତେବେଳେ ସଠିକ ଉତ୍ତର ମିଳୁନି,ପାଞ୍ଚ ଦିନ ହେଲା ବର୍ଷା ଯୋଗୁଁ ଲୋକେ ଘରୁ ବାହାରି ପାରୁ ନାହାନ୍ତି, କେତେବେଳେ ଦୋକାନ ଗୁଡିକ ମାଲିକ ମାନେ ଖୋଲୁ ଛନ୍ତି ତ କେତେବେଳେ ବନ୍ଦ ରଖୁଛନ୍ତି। ରାତିରେ ଲାଇଟ ନ ଆସିଲେ ମଶା ମାନଙ୍କ ପ୍ରାଦୁର୍ଭାବ କହିଲେ ନ ସରେ।ବିଦ୍ୟୁତ ସରବରାହ ବ୍ୟତିକ୍ରମ ନେଇ ପାଇକମାଳ ଟାଟାପାୱାର ଏସଡିଓ ମନୋରଞ୍ଜନ ନାୟକ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ବର୍ତମାନ ଲଘୁଚାପ ଜନିତ ବର୍ଷା, ପ୍ରବଳ ପବନ ଘଡଘଡି ଯୋଗୁଁ ବିଦ୍ୟୁତ ସରବରହ ଅନବରତ ସପ୍ଲାଇ ହୋଇ ପାରୁନାହିଁ, ବିଭିନ୍ନ ସ୍ଥାନରେ ଗଛ ପଡି, ଲାଇନ ତାର ଛିଣ୍ଡି ଯାଉଛି, ବିଦ୍ୟୁତ ଖୁଣ୍ଟି ଭାଙ୍ଗି ଯାଉଛି, ପିନ,ଇନ୍ସୁଲେଟର ଗୁଡିକ ଲାଇଟିଂ ଯୋଗୁଁ ଖରାପ ହୋଇ ଯାଉଛି, ଇନ୍ସୁଲେଟର ଖରାପ ହଇଯାଇଥିଲେ ତାକୁବହୁତ କଷ୍ଟରେ ଖୋଜି ବାହାର କରିବା ପୁଣି ପାଣି ବର୍ଷା ହେଉଥିବା ବେଳେ ଲଗାଇବା କୁ ଆମର କର୍ମଚାରୀ ମାନେ ଏହାକୁ ବହୁତ ସତର୍କ ହୋଇ ଫିଟିଙ୍ଗ କରୁଛନ୍ତି, ଏସବୁ କାମ କଲା ବେଳକୁ ସମୟ ସାପେକ୍ଷ ବୋଲି କହିବା ସହ ଆମକୁ ଦମକଳ କର୍ମଚାରୀ ମାନେ ବହୁତ ସାହାଯ୍ୟ କରୁଛନ୍ତି ବୋଲି ଏସଡିଓ ଶ୍ରୀ ନାୟକ କହିଥିଲେ। ଏନେଇ ଦମକଳ ବାହିନୀ ର ମୁଖ୍ୟ ଭରତ କୁମାର ସିଂ କୁ ପଚାରିବାରୁ ଆମେ ପ୍ରାୟ ପ୍ରତିଦିନ ବିଭିନ୍ନ କାମ କରିବା ସହିତ ଇତି ମଧ୍ୟରେ ଖବର ପାଇଁ ଗୌଡ଼ଜୁରୀ, ହୀରାପୁର, ମାଲଦା, ପାଇକମାଳ ବ୍ଲକ ସମ୍ମୁଖ, ଆଦର୍ଶ ବିଦ୍ୟାଳୟ ରାସ୍ତା, ମନଭଙ୍ଗ, ଓ ବିକ୍ରମନଗର ନୃସିଂହନାଥ ରାସ୍ତା ପ୍ରମୁଖ ସ୍ଥାନ ମାନଙ୍କ ରେ ବଡ ବଡ ଗଛ ପଡି ଥିବାରୁ ତଥା ଲାଇନ ତାର ଉପରେ ପଡ଼ିଥିବା ଗଛ ଆମ କର୍ମଚାରୀ ମାନେ ଯାଇ ଦିନ ରେ ଓ ରାତିରେ ମଧ୍ୟ୍ୟ ପଡ଼ିଥିବା ଗଛକୁ କାଟି ରାସ୍ତା କ୍ଲିୟର କରିଛୁ ବୋଲି ପାଇକମାଳ ଦମକଳ କାର୍ଯ୍ୟାଳୟ ଇନଚାର୍ଜ ଶ୍ରୀ ସିଂ କହିଛନ୍ତି। ଦମକଳ ବାହିନୀ ଦିନ ରାତି ସବୁଆଡେ କାର୍ଯ୍ୟ କରୁଥିବାରୁ ବୁଦ୍ଧିଜୀବୀ ମାନେ ତାଙ୍କୁ ବହୁତ ପ୍ରଶଂସା କରୁଥିବାର ଦେଖାଯାଇଛି।

Exit mobile version